୫ରୁ ପ୍ରବଳ ବର୍ଷା

ଭୁବନେଶ୍ବର :  ପାଣିପାଗ ବିଜ୍ଞାନ କେନ୍ଦ୍ର ସୂୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ୫ରୁ ରାଜ୍ୟରେ ବର୍ଷା ପରିମାଣ ବଢିବା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୬ରୁ ବର୍ଷାର ପରିମାଣ ବଢିବ। ଏହି ଦିନ ୫ ଜିଲ୍ଲାରେ ଅତି ପ୍ରବଳ ଏବଂ ୧୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଚେତାବନୀ ଜାରି କରିଛି।ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଉପରୋକ୍ତ ଜିଲ୍ଲା ଗୁଡିକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ନବରଙ୍ଗପୁର, ଯାଜପୁର, ରାୟଗଡା, ମାଲକାନଗିରି, ଟିଟିଲାଗଡ, ତାଳଚେର, ଝାରସୁଗୁଡା, ଅନୁଗୋଳ, ପୁରୀ, ପାରାଦ୍ବୀପ ଏବଂ କଟକର କେତେକ ଅଞ୍ଚଳରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କାମାକ୍ଷାଂନଗରରେ ସର୍ବାଧିକ ୧୧୫.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅଲତୁମା ୯୯.୮ ମିମି, ହିନ୍ଦୋଳ ୮୦.୩ ମିମି, ତିହିଡି ୬୬ମିମି ବର୍ଷା ହୋଇଛି।
ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ଫଳରେ ଦୁର୍ବଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୨୬ରୁ ବର୍ଷାର ପରିମାଣ କ୍ରମାଗତ ଭାବେ କମ ରେକର୍ଡ କରାଯାଇଥିଲା। ଜୁନ ୧ରୁ ଜୁଲାଇ ୨୫ ମଧ୍ୟରେ ରାଜ୍ୟରେ ୪୮୮.୫ ମିମି ବର୍ଷା ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ବର୍ଷା ୪୭୬.୮ ମିମି ତୁଳନାରେ ୨ପ୍ରତିଶତ ଅଧିକ ରେକର୍ଡ ହୋଇଥିଲା। ୨୬ରୁ ବର୍ଷା ନିଅଣ୍ଟିଆ ସହ ପାଖାପାଖି ପରବର୍ତ୍ତୀ ୯ ଦିନରେ ରାଜ୍ୟରେ ମୌସୁମୀ ବର୍ଷା ୧୩% ନିଅଣ୍ଟିଆ ରେକର୍ଡ କରାଯାଇଛି। ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ମଧ୍ୟରେ ୨୫.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ଏହି ୭ଦିନରେ ସ୍ୱାଭାବିକ ବର୍ଷା ୮୪.୭ ମିମି ତୁଳନାରେ ୬୯% ନିଅଣ୍ଟିଆ ରହିଛି।

Spread the love