ଆଜିଠୁ ପୁଣି ବର୍ଷିବ

ବର୍ଷାରେ ଭିଜିବ ଗଣେଶ ପୂଜା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ପ୍ରଭାବରେ ଆଜିଠୁ ପୁଣି ବର୍ଷିବ। ୪ ଦିନ ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ ।

ଆଜି ୧୩ ଜିଲ୍ଲାରେ ବିଜୁଳି , ଘଡ଼ଘଡ଼ି ସହ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲିଠୁ ବଢ଼ିବ ବର୍ଷା ପରିମାଣ ଓ ବିସ୍ତୃତି । ୨୦ରୁ ୨୨ ତାରିଖ ଭିତରେ ବର୍ଷାର ପ୍ରଭାବ ଅଧିକ ରହିବ ।

Spread the love