ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା

 

ରାଜ୍ୟରେ ଏବେ କାଳବୈଶାଖୀ ଲାଗି ରହୁଥିବାରୁ ତାପମାତ୍ରା ଧୀରେଧୀ‌ରେ କମିବା‌ରେ ଲାଗିଛି। ଏବେ ମାତ୍ର ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୦.୫ ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏହା ପଛକୁ ରହିଥିଲା ସୋନ୍‌ପୁର (୪୦.୪ ), ମାଲ୍‌କାନଗିରି (୪୦ ) ଓ ବୌଦ୍ଧ (୪୦)। ଆସନ୍ତା ୩/୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ସେମିତି କୌଣସି ପରିବର୍ତ୍ତନ ହେବାର ନାହିଁ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳ‌ରେ ଝଡ଼ବର୍ଷା ସହ ଜୋର୍‌ରେ ପବନ ବହିବାର ସମ୍ଭାବନା ରହିଛି।

 

Spread the love