ବାଇକ୍‌ରେ ଦୁଇଜଣ ହେଲମେଟ ନ ପିନ୍ଧିଲେ ବାତିଲ ହେବ ଲାଇସେନ୍ସ, ଜରିମାନା ଦେବେ ୧୦୦୦ ଟଙ୍କା

ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ଟ୍ରାଫିକ ନିୟମର କାର୍ଯ୍ୟକାରୀତାକୁ ୨୦୨୧ ମସିହା ଜାନୁଆରି ୧ ତାରିଖଠାରୁ କଡ଼ାକଡ଼ି କରିଛନ୍ତି । ଏଥିଲାଗି ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ତନଖି କଡ଼ାକଡ଼ି କରାଯାଇଛି।  ସଡ଼କ ଓ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି ଯେ, ନୂଆ ନିୟମକୁ କଡ଼ାକଡ଼ି କରି ଦିଆଯାଇଛି। ନୂଆ ନିୟମ ଅନୁସାରେ ବାଇକ୍‌ରେ ବାହାରକୁ ଯାଉଥିଲେ ଉଭୟ ଚାଳକ ଓ ପଛରେ ଥିବାଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ନ ମାନିଲେ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ। ଏଥି ସହିତ ୧୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ।

Spread the love