ହେଲିକପ୍ଟର ଦୁର୍ଘଟଣାରେ ସାହାଯ୍ୟ କରିଥିବା ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲା ସେନା, କହିଲେ- ଆପଣଙ୍କ ପାଇଁ ଆଜି ଜୀବିତ ଅଛନ୍ତି ଗ୍ରୁପ କ୍ୟାପଟେନ୍

ନୂଆଦିଲ୍ଲୀ ୧୪।୧୨ : ତାମିଲନାଡୁର କୁନ୍ନୁରରେ ନୀଳଗିରିର ଘଞ୍ଚ ଜଙ୍ଗଲରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ଵତଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ହେଲିକପ୍ଟର ଗତ ବୁଧବାର ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ସିଡିଏସ ବିପିନ ରାଓ୍ଵତଙ୍କ ସମେତ ୧୩ ଜଣଙ୍କ ଦେହାନ୍ତ ଘଟିଛି। ତେବେ ଏହି ଘଟଣାର ଉଦ୍ଧାରକାର୍ଯ୍ୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସ୍ଥାନୀୟ ଗାଁ ଲୋକେ। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛି ଭାରତୀୟ ବାୟୁସେନା। ସେନା କହିଛି ପୀଡିତଙ୍କ ପାଇଁ ଗାଁ ଲୋକେ ଭଗବାନଙ୍କ ପରି କାମ କରିଛନ୍ତି।

ସେନା କହିଛି, ଗାଁର ଅନେକ ଲୋକ ପୀଡିତଙ୍କୁ ସାହାଯ୍ୟ କରିଛନ୍ତି। ଗାଁ ଲୋକଙ୍କ ବିନା ସହାୟତାରେ ୧୪ ଜଣଙ୍କୁ ସଠିକ୍ ସମୟରେ ହସ୍ପିଟାଲ ନିଆଯାଇ ପାରିନଥାନ୍ତା। ବାୟୁସେନାର ଜଣେ ଅଧିକାରୀ ଆଜି  ଜୀବିତ ଅଛନ୍ତି କେବଳ ଆପଣଙ୍କ ପାଇଁ। ତେବେ ସେ ବେଙ୍ଗାଲୁରୁ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।  ଯଦି ସେ ଆଜି ଜୀବିତ ଅଛନ୍ତି କେବଳ ଆପଣଙ୍କ ପାଇଁ ବୋଲି ଭାରତୀୟ ବାୟୁସେନା କହିଛି।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ସେନା କହିଛି, ଗାଁ ଲୋକେ ଏହି ୧୪ ଜଣଙ୍କ ପାଇଁ ଭଗବାନ ସଦୃଶ୍ୟ ଥିଲେ। ଦକ୍ଷିଣ ଭାରତର ଜେନେରାଲ ଅଫିସର କମାଣ୍ଡିଂ ମୁଖ୍ୟାଳୟର ଲେଫ୍ଟନାଣ୍ଟ ଜେନେରାଲ ଏ ଅରୁଣ କହିଛନ୍ତି, ଗାଁ ଲୋକଙ୍କ ସାହାଯ୍ୟରେ ହିଁ ଆଜି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ ଜୀବିତ ଅଛନ୍ତି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏଥିପାଇଁ ବାୟୁସେନାର ଦକ୍ଷିଣ ଭାରତୀୟ ମୁଖ୍ୟାଳୟ ଉକ୍ତ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛି। ସେନା ପକ୍ଷରୁ ଗାଁ ଲୋକଙ୍କୁ କମ୍ବଳ, ରାସନ ସାମଗ୍ରୀ ଓ ଜରୁରୀକାଳୀନ ଲ୍ୟାମ୍ପ ବିତରଣ କରାଯାଇଛି।

ଲେଫ୍ଟନାଣ୍ଟ କର୍ଣ୍ଣେଲ ଉଦ୍ଧାରକାର୍ଯ୍ୟରେ ଯୋଗଦାନ ପାଇଁ ତାମିଲନାଡୁ ସରକାର, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ବିଭିନ୍ନ ବିଭାଗର ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି।  ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଦାବି କରିଛନ୍ତି ଯେ, ଏହି ଦୁର୍ଘଟଣାରେ ଉଦ୍ଧାରକାରୀ ଦଳ ଜେନେରାଲ ବିପିନ ରାଓ୍ଵତ ଓ ଗ୍ରୁପ କ୍ୟାପଟେନ୍ ବରୁଣଙ୍କ ସହିତ ଦୁଇ ଜଣଙ୍କୁ ଜୀବନ୍ତ ପାଇଥିଲେ।

ଜଣେ ବରିଷ୍ଠ ଫାୟରମ୍ୟାନ ଏନସି ମୁରଲୀ କହିଛନ୍ତି, ଆମେ ଗାଁ ଲୋକଙ୍କ ସାହାଯ୍ୟରେ ଦୁଇ ଜଣ ଲୋକଙ୍କୁ  ଜୀବନ୍ତ ଉଦ୍ଧାର କରିଥିଲୁ। ସେଥିରୁ ଜଣେ ଥିଲେ ସିଡିଏସ ଜେନେରାଲ ବିପିନ ରାଓ୍ଵତ। ଯେମିତି ଆମେ ତାଙ୍କୁ ବାହାରକୁ ଆଣିଲୁ ସେ  ହିନ୍ଦୀ ଭାଷାରେ ରକ୍ଷା କର୍ମୀଙ୍କୁ କ୍ଷୀଣ ସ୍ଵରରେ ନିଜ ନାଁ କହିଥିଲେ। ତେବେ ଜେନେରାଲ ରାଓ୍ଵତଙ୍କ ଶରୀରର ନିମ୍ନ ଭାଗରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ବେଡସିଟ୍‌ରେ ଜରିଆରେ ଆମ୍ବୁଲାନ୍ସରେ  ହସ୍ପିଟାଲ ଅଣାଯାଇଥିଲା। ତେବେ ହସ୍ପିଟାଲ ନେବା ସମୟରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ଏନସି ମୁରଲୀ କହିଛନ୍ତି।

Spread the love