ରହସ୍ୟ ଘେରରେ ନରକଙ୍କାଳ

 ଭୁବନେଶ୍ୱର:ଗତ ବୁଧବାର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଇଞ୍ଜଣା-ପଟିଆ ଷ୍ଟେସନ ରାସ୍ତାର କେନାଲ ପୋଲ ତଳୁ ଉଦ୍ଧାର ହୋଇଥିବା ୧୦ରୁ ଊର୍ଦ୍ଧ୍ବ ଖପୁରି ଓ କଙ୍କାଳ ଏବେବ ରହସ୍ୟଘେରରେ ରହିଛି।ଏହି କଙ୍କାଳଗୁଡ଼ିକ କାହାର,  ପୁରୁଷର ନା ମହିଳାର, କେଉଁଠାରୁ ଆସିଲା, କିଏ ସେଠାରେ ପକାଇଲା, ଏହା କୌଣସି ଅପରାଧର ପୃଷ୍ଠଭୂମି ସହ ଜଡ଼ିତ ନୁହେଁ ତ, ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ରାଜଧାନୀବାସୀ ଖୋଜୁଥିବା ବେଳେ ପୁଲିସ ଏ ଦିଗରେ ତଦନ୍ତ କରୁଛି, ଖୁବ୍‌ଶୀଘ୍ର ଏହାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ ପ୍ରଶାସନ କହିଛିି।ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅତି କମ୍‌ରେ ଏଗୁଡ଼ିକ ୧୦ରୁ ୧୫ବର୍ଷ ତଳର। ଉଦ୍ଧାର ଖପୁରି ଓ ନରକଙ୍କାଳ ବହୁତ ପୁରୁଣା ହୋଇଥିବାରୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବର ଏମ୍ସ ପରୀକ୍ଷାଗାରକୁ ପଠାଯାଇଛି। କଙ୍କାଳ କେଉଁ ଜାଗାର ଜାଣିବା ପାଇଁ ହାଡ଼ରେ ଲାଗିଥିବା ମାଟିର ପରୀକ୍ଷା କରାଯିବ। କଙ୍କାଳର ବୟସ ମଧ୍ୟ ରିପୋର୍ଟରୁ ଜଣାପଡ଼ିବ। କଙ୍କାଳ ବିଷୟରେ ସମସ୍ତ ସଠିକ୍‌ ତଥ୍ୟ ଜାଣିବାକୁ ଅଧିକରୁ ଅଧିକ ତଦନ୍ତ ସହ ସମସ୍ତପ୍ରକାର ସାଇଣ୍ଟିଫିକ୍‌ ଟେଷ୍ଟ କରାଯାଉଥିବାବେଳେ ଏମ୍ସର ତଥ୍ୟ ପରେ ହିଁ କଙ୍କାଳ କାହାର ସ୍ପଷ୍ଟ ହୋଇପାରିବ।

Spread the love