ସ୍ବେଛାସେବୀ ଅନୁଷ୍ଠାନ ସ୍ଵାଭିମାନ ଦ୍ଵାରା ସଚେତନତା ଶିବିର

ଭୁବନେଶ୍ୱର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ଵାଭିମାନ ଦ୍ଵାରା ୨ ଦିନ ଧରି ସ୍ଵପରାୟଣତା, ହେମୋଫିଲିଆ ରୋଗ(ରକ୍ତ ଜନିତ ବିକାରତା), ବୌଦ୍ଧିକ ଅକ୍ଷମତା ଏବଂ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷ ମାନେ କିପରି ସାମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ପାଇଁ ଆଇନ ରେ କଣ ବ୍ୟବସ୍ଥା ରହିଛି ଏବଂ ସମ୍ମିଳିତ ଶିକ୍ଷାରେ କିପରି ବ୍ୟବସ୍ଥା ରହିଛି ଏହି ବିଷୟବସ୍ତୁ କୁ ନେଇ ଏକ ସଚେତନତାର ବାର୍ତ୍ତା ବହନ କରୁଥିବା ପଥ ପ୍ରାନ୍ତ ନାଟକ ପ୍ରଥମ ଦିନ ତା ୧୯/୦୪/୨୩ ରିଖ ଏସ୍ପ୍ଲାନେଡ୍(Esplanade) ରସୁଲଗଡ଼ ଏବଂ ଦ୍ଵିତୀୟ ଦିନ ତା ୨୨/୦୪/୨୩ ରିଖ ଦିନ ମାର୍କେଟ ବିଲ୍ଡିଂଗ ଠାରେ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗ ଛାତ୍ର ଙ୍କ ସହିତ ସ୍ଵାଭିମାନ ର କାର୍ଯ୍ୟକର୍ତ୍ତା, ରମାଦେବୀ ବାଳିକା ବିଶ୍ଵବିଦ୍ୟାଳୟ, ନିଶ୍ବାସ ଇନଷ୍ଟିଚ୍ୟୁଟ, ଏବଂ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ କଲେଜ ର ମୋଟ ୧୫ ଜଣ ଛାତ୍ର ଛାତ୍ରୀ ନାଟକ ପରିବେଷଣ କରିଥିଲେ।

Spread the love