‘ମୁଁ ଆଦିବାସୀ ପୁଅ, ଡରିବି ନାହିଁ’ – ହେମନ୍ତ ସୋରେନ

ନୂଆଦିଲ୍ଲୀ, ୨୭/୦୮ ଝାଡଖଣ୍ଡରେ ରାଜନୀତି ସରଗରମ ହୋଇ ଉଠିଛି । ବେଆଇନ ଖନନ ମାମଲାରେ ନିର୍ବାଚନ ଆୟୋଗ ନିଜ ରିପୋର୍ଟ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଉଲ୍ଲେଖ ରହିଛି । ଅର୍ଥାତ ବିଧାୟକ ପଦ ରବ୍ଦ ନେଇ ସୁପାରିଶ କରାଯାଇଛି । ଏହାମଧ୍ୟରେ ହେମନ୍ତ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଆଦିବୀସୀ ପୁଅ । କାହା ପାଇଁ ସେ ଅଟକିଯିବେ ନାହିଁ କିମ୍ବା ଡରିବେ ନାହିଁ ବୋଲି କହିଛନ୍ତି ।

ହେମନ୍ତ କହିଛନ୍ତି ଯେ, ସେମାନଙ୍କ ପୂର୍ବଜ ବହୁ ପୂର୍ବରୁ ସେମାନଙ୍କ ମନରୁ ଡର ଭୟ ଦୂରେଇ ଯାଇଛନ୍ତି । ଆଦିବାସୀଙ୍କ ଡିଏନଏରେ ଡର ଓ ଭୟ ନାହିଁ । ସଇତାନୀ ଶକ୍ତି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ସେ ନିଜର ଶେଷ ରକ୍ତବିନ୍ଦୁ ଯାଏଁ ଲଢିବେ ।

ସେ ଆହୁରି କହିଛନ୍ତି ଯେ, ଚିନ୍ତିତ ନାହାଁନ୍ତି । ତାଙ୍କୁ ରାଜ୍ୟରେ ଶାସନ କରିବାକୁ ଲୋକେ ଜନାଦେଶ ଦେଇଛନ୍ତି । ତାଙ୍କ ବିରୋଧି ସମ୍ବିଧାନ ସଂସ୍ଥାନର ଦୂରୁପଯୋଗ କରୁଛନ୍ତି । କାରଣ ସେମାନେ ତାଙ୍କ ସହ ରାଜନୀତି କରିବା ପାଇଁ ସାମର୍ଥ୍ୟ ରଖନ୍ତିନି । ସରକାରକୁ ଅସ୍ଥିର କରିବାକୁ ଇଡି, ସିବିଆଇ ଓ ଇନକମ୍ ଟ୍ୟାକ୍ସକୁ ବ୍ୟବହାର କରୁଛନ୍ତି । ଶିବୁ ସୋରେନଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ୨୦ ବର୍ଷ ହେଲା ବାହାର ଶକ୍ତି ଝାଡଖଣ୍ଡକୁ ଧ୍ୱଂସ କରିବାକୁ ପ୍ରୟାସ କରୁଥିଲା । ଯାହାକୁ ସେମାନେ ୨୦୧୯ରେ ଫିଙ୍ଗି ଦେଇଥିଲେ । ଏହାକୁ ଷଡଯନ୍ତ୍ରକାରୀ ବରଦାସ୍ତ କରିପାରୁ ନାହାଁନ୍ତି ବୋଲି ସେ କହିଛନ୍ତି ।

Spread the love