ସାରା ଦେଶରେ ହେନ୍ତାଳବନ ସୃଷ୍ଟି କରିବାରେ ଓଡ଼ିଶା ଆଗରେ’-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୨।୦୫: ‘ସାରା ଦେଶରେ ହେନ୍ତାଳବନ ସୃ୍ଷ୍ଟି କରିବାରେ ଓଡ଼ିଶା ଆଗରେ’ । ଗତ ୨ ବର୍ଷରେ ଦେଶରେ ଜଙ୍ଗଲ ବୃଦ୍ଧି କରିବାରେ ଓଡ଼ିଶା ତୃତୀୟରେ ରହିଛି । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ DFO ସମ୍ମିଳନୀରେ ଉଦ୍‌ବୋଧନ ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିପାଇଁ ସ୍ବତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି  ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ଭିତରେ କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶାରେ ବନ ସଂରକ୍ଷଣ ଠିକ ରହିଛି । ବନାଞ୍ଚଳରେ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବୃକ୍ଷରୋପଣ ଏକ ଉତ୍ତମ ମାଧ୍ୟମ । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲିସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏହି ସମ୍ମିଳନୀକୁ ଉଦ୍ ଘାଟନ କରିଛନ୍ତି । ଏହା ଦୁଇ ଦିନ ଧରି ଚାଲିବ ।

Spread the love