ଖରାଦିନେ ଶରୀର ସୁସ୍ଥ ପାଇଁ ହର୍ବଲ ଟି

ଅଧିକାଂଶ ଲୋକେ କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ପସନ୍ଦ କରନ୍ତି। ମାତ୍ର ଖରା ଦିନରେ କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ପରିବର୍ତ୍ତେ ହର୍ବଲ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ହର୍ବଲ ଚା’ରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଥାଏ ଯାହାଦ୍ୱାରା  କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଠାରୁ ଶରୀରକୁ ରକ୍ଷା କରିଥାଏ। ଜାଣନ୍ତୁ କେଉଁ ପ୍ରକାରର ଚା’ ପିଇବା ଦ୍ୱାରା ଖରା ଦିନରେ ଶରୀର ଥଣ୍ଡା ରହିଥାଏ….

ତୁଳସୀ ଚା’ – ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଅଧ କପ ପାଣିରେ କିଛି ତୁଳସୀ ପତ୍ର ପକାଇ ଏହାକୁ ଛାଣି ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ, ଅଳ୍ପ ମହୁ ପକାଇ ଏହାକୁ ପିଅନ୍ତୁ। ଏହା ପେଟ, ଚକ୍ଷୁ, ବୃକକ, ଯକୃତ, ହୃଦୟ ପାଇଁ ଖୁବ ଲାଭ ଦାୟକ ଅଟେ।

ପୁଦିନା ଚା’ – ପୁଦିନା ପତ୍ର ପେଟ ପାଇଁ ବହୁତ ଲାଭଦାୟକ। ଏଥିରେ ମଧ୍ୟ ବହୁ ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ସହ  ଭିଟାମିନ ଏ, ମାଗ୍ନେସିୟମ, ଆଇରନ ଅଧିକ ମାତ୍ରାରେ ରହିଛି। ହଜମ ପାଇଁ ଆବଶ୍ୟକ ହେଉଥିବା ପାଚନ ରସକୁ ଏହା ବୃଦ୍ଧି କରିଥାଏ। ଫୁଟୁଥିବା ପାଣିରେ ୨ ଚାମଚ ପୁଦିନା ପକାଇ ୮ରୁ ୧୦ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ। ନିଜ ପସନ୍ଦ ମୁତାବକ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ।

ସତେଜ ଗୋଲାପ ପାଖୁଡ଼ାର ଚା’ – ଏହି ଚା’ ପିଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ। ଏଥିରେ ବହୁ ପ୍ରକାରର ଭିଟାମିନ ରହିଛି। ଅଧ କପ ପାଣିରେ କିଛି ଗୋଲାପର ପାଖୁଡ଼ା ପକାନ୍ତୁ। ଏହାପରେ ଗ୍ୟାସରେ ୩ ମିନିଟ ଏହାକୁ ଫୁଟାଇ ଛାଣି  ପିିିଅନ୍ତୁ।

ପିଆଜର ଚା’ – ଅଧ କପ ପାଣିରେ ଅଳ୍ପ ପିଆଜ ପକାଇ ଫୁଟାନ୍ତୁ। ଏହାପରେ ଛାଣି ଏକ ମିନିଟ ରଖି ଦିଅନ୍ତୁ। ୧ ମିନିଟ ପରେ ଏଥିରେ କିଛି ଗ୍ରୀନ ଟି ପକାଇ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।

ଗ୍ରୀନ ଟି – ଗ୍ରୀନ ଟି ରେ ବହୁ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ପାଚନ କ୍ରିୟାକୁ ସଠିକ ରଖେ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। କର୍କଟ, ମଧୁମେହ, ହୃଦ ଜନିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।

Spread the love