ମହିଳାଙ୍କ ଶରୀରରୁ ବାହାରିଲା ୬କୋଟି ଟଙ୍କାର ହେରୋଇନ୍‌

ଜୟପୁର ୦୫/୦୩ :  ଧରାପଡ଼ିଲା ଜଣେ ଚତୁର ମହିଳାଙ୍କ କାରନାମା। ଶରୀରରେ ୬କୋଟିର ହେରୋଇନ୍‌ ରଖି କରୁଥିଲେ ଚୋରା ଚାଲାଣ। ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ହେଲେ ରାଜସ୍ଥାନ୍‌ ପୋଲିସ୍‌ କୁ ସେ ଚକମା ଦେଇ ପାରିନାହାନ୍ତି, ଧରା ପଡ଼ିଯାଇଛନ୍ତି। ମହିଳାଙ୍କ ଶରୀରରୁ ୮୬୩ ଗ୍ରାମର ହେରୋଇନ୍‌ର ୮୮ କ୍ୟାପସୁଲ୍‌  ବାହାରିଛି। ଯହାର ମୂଲ୍ୟ ପାଖାପାଖି ୬ କୋଟି। ଘଟଣା ଘଟିଛି ରାଜସ୍ଥାନରେ। ଅଧିକାରୀ କହିଛନ୍ତି କି  ଆଫ୍ରିକୀୟ ମହିଳାଙ୍କଠୁ ସବୁ କ୍ୟାପସୁଲ୍‌ ବାହାର କରିବାକୁ ୧୨ ଦିନ ଲାଗିଥିଲା।  କିଛି କ୍ୟାପସୁଲକୁ ମହିଳା ଢୋକି ପକାଇଥିବାବେଳେ ଆଉ କିଛି ପ୍ରାଇଭେଟ୍‌ ପାର୍ଟରେ ଲୁଚାଇ ରଖିଥିଲେ।

ମହିଳା ଜଣକ ସୁଡାନର ନାଗରିକ। ସେ ୧୯ ଫେବୃଆରୀକୁ ଶାରଜାହରୁ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ସେ ସମୟରେ ତାଙ୍କୁ ଧରିଥିଲେ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ତଥା DRIର ଅଧିକାରୀ। ଧରିବା ପରେ ତାଙ୍କ ଶରୀରରୁ କ୍ୟାପସୁଲ ବାହାର କରାଯାଇଥିଲା। DRI ସୂତ୍ର ଅନୁସାରେ ମାଜିଷ୍ଟ୍ରେଟଙ୍କ ଠାରୁ ଅନୁମତି ନେବା ପରେ ମହିଳାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ସେଠି କ୍ୟାପସୁଲ କଢ଼ାଯାଇଥିଲା।  ଡାକ୍ତରଙ୍କ କହିବା ଅନୁସାରେ କ୍ୟାପସୁଲ କାଢ଼ିବାକୁ ୧୯ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଅର୍ଥାତ ୧୨ ଦିନ ଲାଗିଥିଲା। 

ସୂଚନା ଅନୁସାରେ ସେ କିଛି କ୍ୟାପସୁଲ୍‌ ଢୋକିଦେବା ସହ କିଛି  ନିଜ ପ୍ରାଇଭେଟ୍‌ ପାର୍ଟ ତଥା ମଳାଶୟରେ ଲୁଚାଇ ରଖିଥିଲେ।  ମହିଳା ଜଣଙ୍କ  ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

Spread the love