ସୀମାରେ ହାଇ ଆଲର୍ଟ ଜାରି, ଧାଡ଼ି ହୋଇ ରହିଛି ଲଢୁଆ ବିମାନ ଏଫ୍‌-୧୬

ପାକିସ୍ତାନର ବାଲାକୋଟଠାରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌କୁ ଇତି ମଧ୍ୟରେ ୨ ସପ୍ତାହ ବିତିଗଲାଣି। ଏତେ ଦିନ ପରେ ବି ପାକିସ୍ତାନର ଭୟ କମି ନାହିଁ।

ଆମେରିକାନ ସାଟେଲାଇଟ୍‌ ଇମେଜରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନ ତା’ର ଜମ୍ମୁ-କଶ୍ମୀର ସୀମାନ୍ତ ଅନ୍ତର୍ଗତ ନିୟନ୍ତ୍ରଣ ରେଖାଠାରେ ହାଇ ଆର୍ଲଟ ଜାରି କରିଛି। ପାକିସ୍ତାନୀ ସେନାଓ ବାୟୁ ସେନା ସୀମାରେ ହାଇ ଆର୍ଲଟ ଥିବା ବେଳେ ଯୁଦ୍ଧ ବିମାନ ଏଫ୍‌-୧୬କୁ ମୁତୟନ କରାଯାଇଛି। ନିୟନ୍ତ୍ରଣ ରେଖାଠାରେ ସ୍ୱତନ୍ତ୍ର ପ୍ରଶିକ୍ଷିତ ସେନାକୁ ନିଯୁକ୍ତ କରାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଉଭୟ ଆମେରିକା ଓ ଜୋର୍ଡାନରୁ ପାକିସ୍ତାନ ନେଇଥିବା ଏଫ୍‌-୧୬ ବିମାନକୁ ଭାରତ-ପାକ୍‌ ସୀମାରେ ମୁତୟନ କରିଛି। ପାକ୍‌ ସୀମାନେ ରାଡର ଓ ଏୟାର୍‌ ଡିଫେନ୍ସ ସିଷ୍ଟମ ବି ନିୟୋଜିତ କରାଯାଇଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ପାକିସ୍ତାନ ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମା ଆକ୍ରମଣ ଘଟାଇବା ପରେ ପରେ ହିଁ ଏହି ସତର୍କତା ଅବଲମ୍ବନ କରିଛି।

ପୁଲଓ୍ଵାମା ଆକ୍ରମଣର ଭାରତ ନିଶ୍ଚୟ ପ୍ରତିଶୋଧ ନେବ ବୋଲି ପାକ୍‌ର ଧାରଣା ଥିଲ। ନିଜର ସୁରକ୍ଷା ଦୃଷ୍ଟିରୁ ପାକ୍‌ ଏପରି ସତର୍କତା ଅବଲମ୍ବନ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

Spread the love