ମହିଳାଙ୍କୁ ନ୍ୟାୟାପାଳିକାରେ ମିଳୁ ୫୦ ପ୍ରତିଶତ ସଂରକ୍ଷଣ, ସେମାନେ ଏହାର ହକଦାର: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ୨୬।୦୯: ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣର ଆବଶ୍ୟକତା ରହିଛି। ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନଭି ରମନ୍ନା।  ସେ କହିଛନ୍ତି, ଦେଶର ସମସ୍ତ ଆଇନ ବିଦ୍ୟାଳୟରେ ମହିଳାଙ୍କ କିଛି ପ୍ରତିଶତ ସଂରକ୍ଷଣ ରହିବା ଉଚିତ୍। ଏଥିପାଇଁ ସରକାରଙ୍କୁ ସୁପାରିଶ କରାଯିବାର ଆବଶ୍ୟକତା ରହିଛି। ଏହା ମହିଳାଙ୍କ ଅଧିକାର ଏବଂ ଏହାକୁ ହାସଲ କରିବାକୁ ସେମାନେ ହକଦାର।

ସୁପ୍ରିମକୋର୍ଟରେ ନିଯୁକ୍ତ ୯ ନୂତନ ଜଜଙ୍କ ସମ୍ମାନରେ ଆୟୋଜିତ ସମାରୋହରେ ସୁପ୍ରିମକୋର୍ଟ ମହିଳା ଓକିଲଙ୍କୁ ସମ୍ବୋଧିତ କରି ଏହା କହିଛ ପ୍ରଧାନ ବିଚାରପତି ଏନଭି ରମନ୍ନା। ସେ କହିଛନ୍ତି, ଦଶହରା ପରେ ଉଚ୍ଚତମ ନ୍ୟାୟାଳୟର କକ୍ଷରେ ପ୍ରତ୍ୟେକ୍ଷ ଶୁଣାଣି ହେବାର ସମ୍ଭାବନା ଉପରେ ବିଚାର କରାଯାଉଛି। ଅଦାଲତ ବର୍ତ୍ତମାନ ଚିକିତ୍ସା ପରାମର୍ଶର ପାଳନ କରୁଛି। କାରଣ ଜଜମାନେ ସିଟ୍ ପଛପଟେ ବସିଥାନ୍ତି। କିନ୍ତୁ ଓକିଲ ଶୁଣାଣି ବେଳେ ପରସ୍ପରର ସାମ୍ନାରେ ଥାଆନ୍ତି। ଏଥିପାଇଁ ଆମେ ଜଜଙ୍କଠୁ ଅଧିକ ଚିନ୍ତା ଓକିଲଙ୍କ ସ୍ଵାସ୍ଥ୍ୟ ଓ  ସୁରକ୍ଷାକୁ ନେଇ ରହିଛି। ସିଜେଆଇ କହିଛନ୍ତି, ସୁପ୍ରିମକୋର୍ଟ ଓକିଲଙ୍କ କୋର୍ଟ ରୁମରେ ପ୍ରବେଶ ପାଇଁ ଏସଓପିକୁ ସଂଶୋଧିତ କରାଯାଉଛି।

Spread the love