ହାଇକୋର୍ଟ ବେଞ୍ଚ ନାଁରେ ପୁଣି ଭୂଆଁ ବୁଲାଇଲେ ମୁଖ୍ୟମନ୍ତ୍ରୀ : ବିଜେପି

କୌଣସି ରାଜ୍ୟରେ ନୂଆ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଆବଶ୍ୟକ ପଡିଲେ ରାଜ୍ୟସରକାର ସେହି ରାଜ୍ୟର ହାଇକୋର୍ଟ ସାଙ୍ଗରେ ଆଲୋଚନା କରିଥାନ୍ତି ଏବଂ କେନ୍ଦ୍ର ସରକାରକୁ ସୁପାରିଶ କରିଥାନ୍ତି । ଏ ସୁପାରିଶ ପୂର୍ଣ୍ଣାଙ୍ଗ ଆକାରରେ କେନ୍ଦ୍ରକୁ ଯିବା କଥା ।

ମାତ୍ର ମୁଖ୍ୟମବୀ ତାହା ନକରି ବାରମ୍ବାର ଚିଠି ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଏକ ସାମ୍ବାଦିକ ସମ୍ମଳନୀରେ  ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି । ଶ୍ରୀ ପୂଜାରୀ କହିଛନ୍ତି ଯେ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ ମୁଖ୍ୟମବୀ ଗତ ସେପ୍ଟେମ୍ବରରେ କେନ୍ଦ୍ର ଆଇନ ମବୀଙ୍କୁ ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ସ୍ଥାନ ଉଲ୍ଲେଖ ନଥିଲା । କେଉଁ କେଉଁ ଅଞ୍ଚଳକୁ ନେଇ ଏହି ସ୍ଥାୟୀ ବେଞ୍ଚ କାମ କରିବ ସେଇଟା ମଧ୍ୟ ଉଲ୍ଲେଖ ନଥିଲା ।

କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କ ପତ୍ରର ଉତ୍ତରରେ ସେପ୍ଟେମ୍ବର 10 ତାରିଖ ଦିନ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ଅନୁରୋଧ କଲେ, ଉକ୍ତ ପ୍ରସ୍ତାବରେ ଓଡିଶାର କେଉଁ ସ୍ଥାନରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ଏବଂ କେଉଁ କେଉଁ ଅଞ୍ଚଳକୁ ନେଇ ଏହି ସ୍ଥାୟୀ ବେଞ୍ଚ କାର୍ଯ୍ୟ କରିବ ତାହା ସ୍ପଷ୍ଟ ଭାବରେ ରାଜ୍ୟସରକାରଙ୍କ ପ୍ରସ୍ତାବରେ ଉଲ୍ଲେଖ କରିବା ପାଇଁ ପରାମର୍ଶ ଦେଇଥିଲେ ।

ତତ୍ ସଂଗେ ସଂଗେ ହାଇକୋର୍ଟ ମାଗୁଥିବା ପାଲ କମିଶନ ରିପୋର୍ଟ ବାବଦରେ ଚୂଡାନ୍ତ ନିଷ୍ପତି କରି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସାଙ୍ଗରେ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ମୁଖ୍ୟମବୀ କୌଣସି ପରାମର୍ଶ ପାଳନ କଲେ ନାହିଁ । ଏବେ ମୁଖ୍ୟମବୀ ପୁଣି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ହାଇକୋର୍ଟ ପାଇଁ ସ୍ଥାନ ଓ ତା’ର ପରିସୀମନ ଉଲ୍ଲେଖ ନକରି ପୁଣି ଚିଠି ଲେଖିବା ସାଧାରଣ ଲୋକ ଏବଂ ଓକଲି ସମୂହଙ୍କ ଦାବି ପ୍ରତି ତାତ୍ସଲ୍ୟ ସଦୃଶ୍ୟ ବୋଲି ଶ୍ରୀ ପୂଜାରି କହିଛନ୍ତି ।

Spread the love