ଓଡିଶା ହାଇକୋର୍ଟରେ ପ୍ରଥମ ଘଟଣା: ଓଡ଼ିଆରେ ରାୟ ପ୍ରଦାନ କଲେ ଜଷ୍ଟିସ ଡ଼.ସଞ୍ଜୀବ କୁମାର ପାଣିଗ୍ରାହୀ

ଓଡିଶା ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଓଡ଼ିଆରେ ରାୟ ପ୍ରକାଶ କରି ହାଇକୋର୍ଟ ଆଉ ଏକ ଇତିହାସ ସୃଷ୍ଟି କରିଛି । ଜଷ୍ଟିସ ଡ଼କ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀ ଓଡ଼ିଆରେ ନିଜର ରାୟ ପ୍ରଦାନ କରିଛନ୍ତି । ଓଡ଼ିଆ ଭାଷାରେ କୌଣସି ରାୟ ପ୍ରକାଶିତ ହେବା ଏହା ପ୍ରଥମ ଘଟଣା । ଏକ ସିଭିଲ ମାମଲାର ଶୁଣାଣି ଗତ ୧୯ ତାରିଖରେ ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ ।
ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଏହି ରାୟ ଓଡିଆରେ ପ୍ରଦାନ କରିଛନ୍ତି । ସାଧାରଣ ଲୋକ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ରାୟକୁ ବୁଝି ପାରି ନ ଥାନ୍ତି । କିନ୍ତୁ ନିଜ ମାତୃଭାଷାରେ ରାୟ ପ୍ରକାଶ ପାଇଲେ ତାହା ସେମାନଙ୍କୁ ବୋଧଗମ୍ୟ ହୋଇ ପାରିବ । ପୂର୍ବରୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ବିଭିନ୍ନ ଆଂଚଳିକ ଭାଷାରେ ରାୟ ପ୍ରକାଶ ଉପରେ ଗୁରୁତ୍ୱ ଦେଇଥିଲେ ।

Spread the love