ରିଅଲ ଇଷ୍ଟେଟ ବିବାଦରେ ଓରେରାର କ୍ଷମତା ରହିଛି: ହାଇକୋର୍ଟ

ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି ବା ଓରେରା ନିର୍ଦ୍ଦେଶକୁ ମାନୁ ନାହାନ୍ତି ବିଲଡର। ଓଡ଼ିଶାରେ ଓରେରାର କୌଣସି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନାହିଁ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ମାମଲା। ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଓ ଓରେରା ସଚିବ ଦାଖଲ କରିବେ ଜବାବ। ୨୦୧୭ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି। ଏହି ଅଥରିଟି ଦେଇଥିବା ନିର୍ଦ୍ଦେଶ କିନ୍ତୁ କାର୍ଯ୍ୟକାରୀ ହୋଇ ନାହିଁ। ପୁନଶ୍ଚ ମାମଲା ସିଭିଲ କୋର୍ଟକୁ ଯାଉଛି। ନଭେମ୍ବର ୨୧ ରେ ମାମଲାର ପରବର୍ତ୍ତୀ ଶୁଣାଣି। ତା ପୂର୍ବରୁ ହାଇକୋର୍ଟରେ ଜବାବ ଦାଖଲ କରିବେ ସରକାର ଏବଂ ଓରେରା। ଆବେଦନକାରୀଙ୍କ ଓକିଲ ମୋହିତ ଅଗ୍ରୱାଲଙ୍କ ସୂଚନା।

Spread the love