ଖାଦ୍ୟରେ ଅଧିକ ପ୍ରୋଟିନ୍ ସେବନ କରୁଛନ୍ତି କି ? ଜାଣନ୍ତୁ ଶରୀର ପାଇଁ ହୋଇପାରେ କ୍ଷତିକାରକ
ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍କୁ ଜରୁରୀ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍ କୁହାଯାଏ । ଏହାଦ୍ୱାରା ଆମ ଶରୀରକୁ ଅଧିକ ଶକ୍ତି ମଳିଥାଏ । ଏହାସହ ମାଂସପେଶୀର ମଧ୍ୟ ବିକାଶ ହୋଇଥାଏ । ପ୍ରୋଟିନ୍ ସେବନ କରିବା ଦ୍ୱାରା ମାଂସପେଶୀ, କେଶ, ଆଖି ଏବଂ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ । ଏଥିପାଇଁ ଏକ୍ସପର୍ଟଙ୍କ ନଜରରେ ପ୍ରତିଦିନ ପ୍ରୋଟିନ୍ ସେବନ କରିବା ଜରୁରୀ ହୋଇଥାଏ । ଯେପରି କୌଣସି ଜିନିଷକୁ ଅଧିକ ମାତ୍ରାରେ ସେବନ କରିବା ଶରୀର ପାଇଁ ହାନିକାରକ ହୋଇଥାଏ । ସେହିପରି କିଛି ଲୋକ ଆବଶ୍ୟକତାରୁ ଅଧିକ ପ୍ରୋଟିନ୍ ଖାଦ୍ୟ ଭାବେ ଗ୍ରହଣ କରି ଶରୀରକୁ କ୍ଷତି ପହଞ୍ଚାଇଥାନ୍ତି । ଖାସ୍ କରି ଏପରି ଲୋକ ଯେଉଁ ମାନେ ବଡି ବିଲଡିଂ କରୁଛନ୍ତି ।ତେବେ ଆମେ ଆପଣଙ୍କୁ ଆଜି ଜଣାଇବୁ ଯେ ଅଧିକ ମାତ୍ରାରେ ପ୍ରୋଟିନ୍ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟରେ କଣ କ୍ଷତି ହୋଇଥାଏ ।
ଆବଶ୍ୟକତାରୁ ଅଧିକ ପ୍ରୋଟିନ୍ ସେବନ କରିବା ଦ୍ୱାରା ଶରୀରରେ କଣ କ୍ଷତି ହୋଇଥାଏ :
. ଆପଣ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି । ତେବେ ନିୟମିତ ଭାବେ ହିଁ ପ୍ରୋଟିନ୍ ସେବନ କରିବା ଜରୁରୀ ହୋଇଥାଏ । ଯଦି ଆବଶ୍ୟକତାରୁ ଅଧିକ ମାତ୍ରାରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ କରୁଛନ୍ତି । ତାହେଲେ ଆପଣଙ୍କ ଓଜନ କମିବା ବଦଳରେ ବଢି ଯିବ । କାରଣ ଅଧିକ ପ୍ରୋଟିନ୍ ଶରୀରକୁ ଯାଇ ଫ୍ୟାଟ୍ ଜମା କରିଥାଏ ।
. ପ୍ରୋଟିନ୍ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ବୋନ୍ ଲେସ୍ ଯୁକ୍ତ ସମସ୍ୟା ହୋଇପାରେ । କାରଣ ଅଧିକ ପ୍ରୋଟିନ୍ ସେବନ୍ କରିବା ଦ୍ୱାରା ହାଡ ଦୁର୍ବଳ ହେବାର ସମ୍ଭାବନା ବଢି ଯାଇଥାଏ । ଏହା ସହ ଶରୀର ଅଷ୍ଟିଓପୋରୋସିସ୍ ରୋଗର ଶୀକାର ହୋଇପାରେ ।
. ଅଧିକ ପ୍ରୋଟିନ୍ ସେବନ ଦ୍ୱାରା ଆପଣଙ୍କ କିଡ୍ନି ଦୁର୍ବଳ ହୋଇପାରେ । ତେବେ ଏହା ଦ୍ୱାରା କିଡ୍ନି ଠିକ୍ ଭାବେ କାମ କରେ ନାହିଁ ଏବଂ ଶରୀରରେ ପାଣି ମାତ୍ରା କମି ଯାଏ । ଯାହାଦ୍ୱାରା ପେଟ ଖରାପ ହେବା ଭଳି ସମସ୍ୟା ଦେଖାଦେଇ ପାରେ ।
. ଆବଶ୍ୟକରୁ ଅଧିକ ପ୍ରୋଟିନ୍ ସେବନ କରିବା ଦ୍ୱାରା ଆପଣଙ୍କ ମୋଟାବୋଲିଜିମ୍ କ୍ଷତି ପହଞ୍ଚାଇ ଥାଏ । ଏହା ଦ୍ୱାରା ହଜମ ଶକ୍ତି ମଧ୍ୟ କ୍ଷତି ହୋଇପାରେ । ଏଥିପାଇଁ ଗ୍ୟାସ୍, ବାନ୍ତି, ଏସିଡିଟି ଭଳି ସମସ୍ୟା ଦେଖାଯାଏ ।
. ଏହାସହ ଆବଶ୍ୟକରୁ ଅଧିକ ପ୍ରୋଟିନ୍ ସେବନ କରିବା ଦ୍ୱାରା ଆପଣଙ୍କୁ ଥକା ଓ ଦୁର୍ବଳ ଲାଗିଥାଏ । ଏହି ପରି ଅବସ୍ଥାରେ ବ୍ୟକ୍ତି ଉଠିବା ବସିବା ପାଇଁ ଇଚ୍ଛା ହୁଏ ନାହିଁ । ତେବେ ଖାଦ୍ୟରେ ଅଧିକ ପ୍ରୋଟିନ୍ ଯୋଗୁ, ଆପଣଙ୍କ କିଡ୍ନି, ଲିଭର ଏବଂ ହାଡ ମଧ୍ୟ ପ୍ରଭାବିତ ହୋଇଥାଏ । ଯାହାଦ୍ୱାରା ଶରୀରରେ ଦୁର୍ବଳ ଅନୁଭବ ହୋଇଥାଏ ।