ମଝି ସିଟ୍‌ ଫାଙ୍କା ନ ରଖି ୧୦ ଦିନ ପାଇଁ ଯାତ୍ରୀ ପରିବହନ କରିବାକୁ ଏୟାର୍ ଇଣ୍ଡିଆ ରିଲିଫ୍ ବିମାନକୁ ଅନୁମତି ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ମଝି ସିଟ୍ ଖାଲି ନ ରଖି ୧୦ ଦିନ ପାଇଁ ପୂର୍ଣ୍ଣ ସିଟ୍‌ ସଂଖ୍ୟା ଅନୁସାରେ ଯାତ୍ରୀ ପରିବହନ କରିବାକୁ ଏୟାର୍‌ ଇଣ୍ଡିଆ ରିଲିଫ୍ ବିମାନକୁ ସୁପ୍ରିମ୍ କୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି।

ମେ ୨୨ ତାରିଖ ଦିନ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜରିଆରେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବବ୍‌ଡ଼େ ଏବଂ ବିଚାରପତି ଏଏସ୍ ବୋପନ୍ନା ଓ ହୃଷୀକେଶ ରାୟଙ୍କୁ ନେଇ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ରିଲିଫ୍ ବିମାନଗୁଡ଼ିକ ମଝି ଆସନ ଖାଲି ରଖି ଯାତ୍ରୀ ପରିବନହ କରିବାକୁ ବମ୍ବେ ହାଇକୋର୍ଟ ଆଦେଶ ଦେଇଥିଲେ।ଆଜି ଭିଡିଓ କନ୍‌ଫରେନ୍ସିଙ୍ଗ୍ ମାଧ୍ୟମରେ ଏହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଲେ ଯେ ହାଇକୋର୍ଟଙ୍କ ଦ୍ବାରା ଜାରି ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍ କୋର୍ଟର ଉଦ୍ଦେଶ୍ୟ ନୁହେଁ। କିନ୍ତୁ, କେନ୍ଦ୍ର ସରକାରଙ୍କ ଅସୁବିଧା ପ୍ରତି ଦୃଷ୍ଟି ଦେଇ ସୁପ୍ରିମ୍ କୋର୍ଟ ୧୦ ଦିନ ପାଇଁ ଏଭଳି ଅସ୍ଥାୟୀ ଆଦେଶ ହେଉଛନ୍ତି। ୧୦ ପାଇଁ ଏୟାର୍ ଇଣ୍ଡିଆର ଅଣନିର୍ଦ୍ଧାରିତ ରିଲିଫ୍ ବିମାନଗୁଡ଼ିକ ସିଟ୍ ଅନୁସାରେ ଯାତ୍ରୀ ପରିବହନ କରିପାରିବେ।

ଏହାଛଡ଼ା, ପରବର୍ତ୍ତୀ ଶୁଣାଣି ସମୟରେ ସୁହାଇଲା ଭଳି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ସୁପ୍ରିମ୍ କୋର୍ଟ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହି ଦଶଦିନ ପାଇଁ ‘ଡିଜିଡିସିଏ’ ନିର୍ଦ୍ଧାରିତ ଯାତ୍ରା ନିମୟରେ ଆବଶ୍ୟକ ପରିବର୍ତ୍ତ କରାଇ ପାରିବେ ବୋଲି ସୁପ୍ରିମ୍ କୋର୍ଟ ଅନୁମତି ଦେଇଛନ୍ତି।

 

Spread the love