ହିଜାବ୍‌ ମାମଲାର ଜରୁରୀ ଶୁଣାଣି ଦେବେ ଭାରତର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ:ହିଜାବ୍‌ ପରିଧାନ ସଂକ୍ରାନ୍ତରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଇଥିବା ରାୟକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ସାନି ମାମଲା ଫାଇଲ୍‌ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ଦେବଦତ୍ତ କାମାତ ହାଜର ହୋଇ କହିଥିଲେ, ମାମଲାଟି ଜରୁରୀ। କାରଣ, ପରୀକ୍ଷା ପାଖେଇ ଆସିଲାଣି। ୨୮ ତାରିଖରେ ପରୀକ୍ଷା। ହିଜାବ୍‌ ପିନ୍ଧି ଶ୍ରେଣୀ ଗୃହକୁ ଯିବା ପାଇଁ ଅନୁମତି ଦିଆ ନ ଗଲେ ଶିକ୍ଷାର୍ଥୀମାନଙ୍କର ବର୍ଷଟିଏ ନଷ୍ଟ ହୋଇଯିବ। ତେଣୁ ଆଜି ଏହି ମାମଲାର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି ଜରୁରୀ ତାରିଖ ଦେବେ ବୋଲି ଆଶା କରାଯାଉଥିଲା।

Spread the love