କରେରୀ ହ୍ରଦ ନିକଟରୁ ଉଦ୍ଧାର ହେଲା ଗାୟକ ମନମିତଙ୍କ ମୃତଦେହ

ନୂଆଦିଲ୍ଲୀ ୧୪/୭ :  ହିମାଚଳ ପ୍ରଦେଶରେ ଦାଉ ସାଧିଛି ପ୍ରବଳ ବର୍ଷା  ଭୂସ୍ଖଳନ । ଯୁଆଡେ ଚାହିଁଲେ ସବୁଆଡେ ଜଳମଗ୍ନ । ତେବେ ପ୍ରାକୃତିକ ଦୁର୍ବିପାକ ଅନେକଙ୍କ ପାଇଁ ଆଣିଦେଇଛି ଦୁଃଖ । ଜଣାଶୁଣା ପଞ୍ଜାବୀ ଗାୟକ ମନମିତ ସିଂଙ୍କ ମୃତଦେହ କାଙ୍ଗଡା ଜିଲ୍ଲାର କରେରୀ ହ୍ରଦ ଅଞ୍ଚଳରୁ ମିଳିଛି । ମନମିତ ସିଂହଙ୍କ ଗ୍ରୁପ୍ ସାନ୍ ବ୍ରଦର୍ସ ଭାବରେ ବେଶ୍ ଜଣାଶୁଣା । ମନମିତ ସିଂ ପଞ୍ଜାବର ଜଣେ ପ୍ରସିଦ୍ଧ ସୁଫି ଗାୟକ । 

ସୂଚନା ଅନୁଯାୟୀ କୁହାଯାଉଛି ଯେ ମନମିତ ସିଂହ ଅମୃତସରରୁ ଧର୍ମଶାଳାକୁ ବୁଲିବାକୁ ଆସିଥିଲେ । ତାଙ୍କ ସହ ତାଙ୍କ ଭାଇ ଓ ଅନ୍ୟ ଚାରିଜଣ ସାଙ୍ଗ ମଧ୍ୟ ଥିଲେ । ଭାରତ ବ୍ୟତୀତ ସାନ ବ୍ରଦର୍ସ ବିଦେଶରେ ମଧ୍ୟ ଗୀତ ଗାଇ ଲୋକଙ୍କ ହୃଦୟ ଜିତିଥିଲେ। କିନ୍ତୁ ହିମାଚଳ ପ୍ରଦେଶରେ ଆସିଥିବା ଏହି  ବିପର୍ଯ୍ୟୟ ସାନ୍ ବ୍ରଦର୍ସଙ୍କ ଯୋଡିକୁ ଭାଙ୍ଗି ଦେଇଛି। ବୁଧବାର ଧରମସାଲା ଅଞ୍ଚଳରେ ବାଦଲ ଫଟା ବର୍ଷାରୁ ବନ୍ୟା ହେବା ପରେ ମନମିତ ସିଂହ ନିଖୋଜ ଥିଲେ ।

ମନମିତ ସିଂହ ଏବଂ ତାଙ୍କ ଭାଇ କର୍ଣ୍ଣପାଲ ଓ ସେମାନଙ୍କର ଅନ୍ୟ ଚାରିଜଣ ସାଙ୍ଗ ମଧ୍ୟ ଧର୍ମଶାଲାରେ ପହଞ୍ଚିଥିଲେ । ଏହା ପରେ ସମସ୍ତେ ଏକାଠି ହୋଇ କରେରି ହ୍ରଦକୁ ଯାଇଥିଲେ । ରାତିରେ ପ୍ରବଳ ବର୍ଷା ହେତୁ ସମସ୍ତେ ସେଠାରେ ରହିଥିଲେ । ଯେତେବେଳେ ସମସ୍ତ ଲୋକ ସେଠାରୁ ଫେରୁଥିଲେ, ହଠାତ୍ ମନମିତ ସିଂହ ଏକ ଖାଲ ପାର ହେବା ସମୟରେ ପ୍ରବଳ ଜଳ ସ୍ରୋତରେ ଭାସି ଯାଇଥିଲେ । ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଯେତେବେଳେ ମନମିତ ସିଂହଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ ।

Spread the love