ହିମାଚଳରେ କଂଗ୍ରେସ ସରକାରର ବଡ଼ ଘୋଷଣା : ଏଣିକି ଏହି ମହିଳାଙ୍କୁ ମାସିକ ମିଳିବ ୧୫ଶହ ଟଙ୍କା ପେନସନ୍

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ଥିବା ୧୮ ରୁ ୫୯ ବର୍ଷିୟା ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ପେନସନ୍ ମିଳିବ । ଏଥିପାଇଁ ସରକାର ମାସିକ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଥିବା ପାଖାପାଖି ୫ ଲକ୍ଷ ମହିଳା ଉପକୃତ ହେବେ । ରାଜ୍ୟ ସରକାର ଏନେଇ ମାସିକ ୮ଶହ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ଯୋଜନାର ନାମ ଇନ୍ଦିରା ଗାନ୍ଧୀ ପ୍ୟାରୀ ବହନ ସୁଖ ସମ୍ମାନ ନିଧୀ ରଖାଯାଇଛି ।

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଇସ୍ତାହାରରେ ଏହି ବଡ ଘୋଷଣା କରିଥିଲା । ହେଲେ ସେତେବେଳେ ପ୍ରତି ମହିଳାଙ୍କୁ ଏହି ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ମାତ୍ର କ୍ଷମତାକୁ ଆସିବା ପରେ ଏବେ ସୁଖୁ ସରକାର ଏହି ଯୋଜନାର ଲାଭ ପାଇବା ପାଇଁ ଆୟସୀମା ସ୍ଥିର କରିଛନ୍ତି । ରାଜ୍ୟ ସରକାରଙ୍କ ନିୟମ ମୁତାବକ ଏବେ ରାଜ୍ୟର ୫ ଲକ୍ଷ ମହିଳା ଏହି ଯୋଜନାର ଲାଭ ପାଇପାରିବେ । ଏନେଇ ଯୋଗ୍ୟ ମହିଳାମାନେ ଆବେଦନ କରିବେ ଓ ଏପ୍ରିଲ ପହିଲାରୁ ଯୋଗ୍ୟ ହିତାଧୀକାରୀ ମହିଳାଙ୍କୁ ପେନସନ୍ ପ୍ରଦାନ କରାଯିବ ।

Spread the love