କେଉଁ ଖାଦ୍ୟରେ ହିମୋଗ୍ଲୋବିନ ଥାଏ

ଆପଣଙ୍କ ଶରୀରରେ ଥକାପଣ  ହିମୋଗ୍ଲୋବିନ କମିବାରୁ ହିଁ ହୋଇଥାଏ । କରୋନାର  କାଳରେ ନିଜକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ନିଜର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ । ମଣିଷ ଶରୀର ପାଇଁ ସବୁ ପ୍ରକାର ଭିଟାମିନ ଓ ପ୍ରୋଟିନ ଏବଂ ଆଇରନ୍ ଆବଶ୍ୟକ। ଯଦି ଏହି ସବୁ ଉତ୍ପାଦନ ଶରୀରରେ କମ୍ ଥାଏ ତେବେ ଅନେକ ରୋଗ ଦେଖାଯିବ।

ହିମୋଗ୍ଲୋବିନର  ମାତ୍ରା ଶରୀରରେ କମ୍ ଥିଲେ ଏହା ଆଇରନ ମଧ୍ୟ କମ୍ କରିଥାଏ । ଯାହା ଦ୍ଵାରା ମୁଣ୍ଡବୁଲାଇବା, ଥକା ଲାଗିବା, ରକ୍ତ ହୀନତା ପରି ରୋଗ ସୃଷ୍ଟି କରିଥାଏ। ହିମୋଗ୍ଲୋବିନର ମାତ୍ରା ଶରୀରରେ ଅଧିକ କରିବା ପାଇଁ ଆପଣଙ୍କୁ ଏମିତି କିଛି ଖାଦ୍ୟ ଖାଇବାକୁ ପଡିବ ଯାହା ଶରୀରରେ ଆଇରନର ମାତ୍ରା ନିୟନ୍ତ୍ରଣ କରିବ।ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ:ଯଥା-

ଡାଳିମ୍ବ ରସ:
ଡାଳିମ୍ବ ଖାଇବା ଦ୍ବାରା ବା ଏହାର ରସ ପିଇବା ଦ୍ଵାରା ରକ୍ତହୀନତା ଭଳି ରୋଗରୁ ଆପଣ ମୁକ୍ତି ପାଇବେ। ଏହା ଶରୀରରେ ଆଇରନ ଅଭାବକୁ ପୁରା କରିଥାଏ। ତେଣୁ ଆପଣଙ୍କ ପାଖରେ ଯଦି ହିମୋଗ୍ଲୋବିନର ଅଭାବ ଅଛି ତେବେ ଆପଣ ଏହାକୁ ସବୁଦିନେ ଖାଇବା ଉଚିତ୍।

ବିଟ୍ ଜୁସ:
ଏହା ହିମୋଗ୍ଲୋବିନ କମ୍ ଥିବା ଲୋକଙ୍କ ପାଇଁ ଏକ ଭଲ ଓ ଉପଯୁକ୍ତ ଖାଦ୍ୟ। ଆପଣ ବିଟକୁ ଯୁସ କରି ପିଇ ପାରିବେ ଓ ଏହାକୁ ସିଝାଇ ମଧ୍ୟ ଖାଇପରିବେ।
ଏହାକୁ ନିୟମିତ ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ବଢ଼ିଥାଏ ।

ପିଜୁଳି :
ହୁଏତ କେହି ଜାଣିନଥିବେ ପିଜୁଳି ଖାଇବା ଦ୍ୱାରା ମଧ୍ୟ ଶରୀରରେ ରକ୍ତ ହିନତା ଦୂର ହୋଇଥାଏ। ଏଥିରେ ଆଇରନ ଏବଂ ଭିଟାମିନ୍ ସି ଭରପୁର ପରିମାଣରେ ରହିଥାଏ। ତେବେ ପାଚିଲା ପିଜୁଳି ଆପଣ ଖାଇପରିବେ।

ତୁଳସୀ ପତ୍ର:
ନିୟମିତ ଭାବେ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ପରିମାଣ ବଢିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଅନେକ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।

ପାଳଙ୍ଗ ଶାଗ:
ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ଆଇରନ ରହିଛି। ଯଦି ଆପଣଙ୍କ ପାଖରେ ହିମୋଗ୍ଲୋବିନର ଅଭାବ ଥାଏ, ତେବେ ଆପଣଙ୍କୁ ନିଜ ଖାଦ୍ୟରେ ପାଳଙ୍ଗ ଶାଗ ଅନ୍ତର୍ଭୁକ୍ତ କରିବା ଜରୁରୀ। ପାଳଙ୍ଗରେ କ୍ୟାଲସିୟମ୍, ସୋଡିୟମ୍, ମିନେରାଲ୍ ଲବଣ, କ୍ଲୋରାଇନ୍, ଫସଫରସ୍ ଏବଂ ପ୍ରୋଟିନ୍ ପରି ଉପାଦାନ ରହିଛି। ଏହା ଶରୀରକୁ ଅଧିକ ମାତ୍ରାରେ ଶକ୍ତି ଯୋଗାଇଥାଏ।

Spread the love