ଅନଲାଇନରେ କିଣାଯାଇଥିବା ୪୦୦୦ ପୋଷା ଜୀବ ଶ୍ବାସରୁଦ୍ଧ ହୋଇ ମରିଗଲେ

ଚୀନ, 2/10 : ଚୀନରେ ଅନଲାଇନ ଜରିଆରେ କିଣାଯାଇଥିବା ପ୍ରାୟ ୪୦୦୦ରୁ ଅଧିକ କୁକୁର, ବିଲେଇ ଓ ଅନ୍ୟ ପୋଷା ଜୀବଜନ୍ତୁ ବାକ୍ସ ଭିତରେ ଶ୍ବାସରୁଦ୍ଧ ହୋଇ ମରି ଯାଇଥିବା ନେଇ ଏକ ପଶୁ କଲ୍ୟାଣ ସମୁହ ନିକଟରେ ସୂଚନା ଦେଇଛି। ଗୋଟେ ସପ୍ତାହ ପର୍ଯ୍ୟନ୍ତ ଚୀନର ଲଜିଷ୍ଠିକ୍ ହବରେ ଉକ୍ତ ଜୀବଗୁଡ଼ିକ ମୃତ ଅବସ୍ଥାରେ ପଡ଼ି ରହିଥିଲେ। କିଛି ଜୀବଗୁଡ଼ିକୁ ବାକ୍ସ ଭିତରୁ ଉଦ୍ଧାର କରାଯାଇଥିବା ବେଳେ ବାକି ସମସ୍ତେ ପଚି ଯାଇଥିଲେ। ଅର୍ଥାତ୍ ସେମାନେ ସେପ୍ଟେମ୍ବର ୨ରେ ହେନାନ ଅଞ୍ଚଳରେ ଡଙ୍ଗସିଙ୍ଗ ଫାସିଲିଟିରେ ପହଞ୍ଚିବା ପୂର୍ବରୁ ସଢ଼ି ପଚି ଯାଇଥିଲେ।

ଏହି ଘଟଣାକୁ ନେଇ ଏନଜିଓ ୟୁଥୋପିଆ ଆନିମଲ ରେସକ୍ୟୁର ସଦସ୍ୟ କହିଛନ୍ତି, ବାକ୍ସ ଉପରେ ବାକ୍ସ ଏଭଳି ଭାବେ ଲଦି ହୋଇ ଥିଲା ଯେ ଜୀବଗୁଡ଼ିକ ତା’ ଭିତରେ ଯାଇ ଦୁର୍ଗନ୍ଧ ଛାଡ଼ୁଥିଲେ। ଅଧିକାରୀ ଏବେ ଏହି ଘଟଣାର ମାମଲାର ତଦନ୍ତ କରୁଛନ୍ତି। କୁହାଯାଉଛି ଯେ, ସେପ୍ଟେମ୍ବର ୧୬ରୁ ଏହି ପୋଷା ଜୀବଗୁଡ଼ିକ ବାକ୍ସ ଭିତରେ ଭର୍ତ୍ତି କରି ପଠାଯିବାର ପାଞ୍ଚଦିନ ପର୍ଯ୍ୟନ୍ତ ସେମାନେ କିଛି ଖାଇ ନଥି‌ଲେ କି ପାଣି ବି ପିଇ ନଥିଲେ। ଫଳସ୍ବରୂପ ନୀରିହ ପଶୁଗୁଡ଼ିକ ବାକ୍ସ ଭିତରେ ଶ୍ବାସରୁଦ୍ଧ ହୋଇ ଅତି ଦୟନୀୟ ଭାବେ ପ୍ରାଣ ହରାଇଥିଲେ।

Spread the love