ନବ ଦାସ ହତ୍ୟା ମାମଲାକୁ ନେଇ ହୀନ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର : ଓଡିଶା ବିଜେପି ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପ୍ରତି ୧୫ ଦିନରେ ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟମାନ ଦିଅନ୍ତି । ଏଥର ସେମାନେ ଶ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ଏଥିପାଇଁ ବାଛିଥିବା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।
ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶା ବିଜେପିର ଏହି ନେତାମାନେ ହୀନ ଉଦ୍ଦେଶ୍ୟ ରଖି ସମ୍ବେଦନଶୀଳ ମାମଲାଗୁଡ଼ିକୁ ଅଧିକ ସ୍ପର୍ଶକାତର କରିବା ପାଇଁ ତାହା ଉପରେ ମନଗଢା ଏବଂ ମିଥ୍ୟା ବିବୃତ୍ତିମାନ ଦେଉଛନ୍ତି । ଯଦି ଓଡିଶା ବିଜେପି ନେତାଙ୍କ ପାଖରେ ଏହା ଉପରେ କିଛି କହିବାକୁ ଅଛି, ତେବେ ସେମାନେ କାହିଁକି ମାନ୍ୟବର ଅଦାଲତଙ୍କ ନିକଟକୁ ଯାଇ ଏହି ମାମଲାରେ ଯାହା କହୁଛନ୍ତି ତାହା ପ୍ରମାଣ ସହିତ ଅଦାଲତରେ ରଖୁ ନାହାନ୍ତି ? ଓଡିଶାର ଲୋକମାନେ ଏଭଳି ନକାରାତ୍ମକ, ଶସ୍ତା ଏବଂ କୁତ୍ସିତ ରାଜନୀତିକୁ ସବୁବେଳେ ନାପସନ୍ଦ କରିଥାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Spread the love