ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା

ଝାରସୁଗୁଡା: ଛତିଶଗଡ଼ରୁ ହୀରାକୁଦ ଜଳଭଣ୍ଡାରରେ ଭାସି ଆସିଲେ ଜଣେ ମହିଳା । ମହାନଦୀ ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରପରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି। ଛତିଶଗଡ଼ର ପୁରଥଠାରୁ ସରୋଜିନୀ ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସିଥିଲେ। ଗୁରୁବାର ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁରବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ସେ ଲାଗିଥିଲେ। ମହାନଦୀକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି ବନ୍ଧାଥିବା ଦେଖିବାକୁ ପାଇଥିଲେ। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡ଼ି ନାହିଁ। ତାଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବା ଅନୁମାନ କରାଯାଉଛି।

Spread the love