ଛତିଶଗଡ଼ରେ ବର୍ଷା, ଆସନ୍ତାକାଲି ହୀରାକୁଦକୁ ପହଞ୍ଚିବ କଲମା ଜଳ

ଛତିଶଗଡ଼ ଖୋଲିଦେଲା କଲମାର ସବୁ ଗେଟ୍ । ଛତିଶଗଡ଼ ଖୋଲିଦେଲା କଲମା ବ୍ୟାରେଜ୍‌ର ସବୁ ଗେଟ୍ । ପ୍ରବଳ ବର୍ଷା ଯୋଗୁଁ ଆଜି ସମସ୍ତ ୬୬ ଗେଟ୍ ଖୋଲିଛି ଛତିଶଗଡ଼ ।

ଛତିଶଗଡ଼ରେ ବର୍ଷା ଯୋଗୁଁ କଲମା ଜଳସ୍ତର ବଢ଼ିବାରେ ଲାଗିଛି ବ୍ୟାରେଜ ଦେଇ ମହାନଦୀକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ୍ ଜଳ । ଦିନ ୧୨ଟା ସୁଦ୍ଧା ହୀରାକୁଦକୁ ୭୯,୨୬୨ କ୍ୟୁସେକ୍ ଜଳ ପ୍ରବେଶ । ଏପଟେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୬୭ ଫୁଟ୍ ।‌ ଆସନ୍ତାକାଲି କଲମା ଜଳ ହୀରାକୁଦକୁ ପହଞ୍ଚିବ ।

Spread the love