ଖୋଲିବ ହୀରାକୁଦ ଗେଟ୍‌

ଖୋଲିବ ହୀରାକୁଦ ଗେଟ୍‌ । ଜୁନ୍‌ ପହିଲାରୁ ଯେକୌଣସି ମୁହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ଛଡାଯାଇପାରେ । ଜୁଲାଇ ୧ ତାରିଖ ସୁଦ୍ଧା ଜଳଭଣ୍ଡାରରେ ୫୯୫ ଫୁଟ ଓ ଅଗଷ୍ଟ ୧ ତାରିଖ ସୁଦ୍ଧା ୫୯୦ ଫୁଟ ପାଣି ରହିବା କଥା । କିନ୍ତୁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ରହିଛି ୬୦୩ ଫୁଟ ଜଳ । ତେଣୁ ବଳକା ଜଳକୁ ମହାନଦୀକୁ ଛାଡି ଜଳଭଣ୍ଡାରକୁ ଫାଙ୍କା ରଖିବେ ଡ୍ୟାମ କର୍ତ୍ତୃପକ୍ଷ । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଯେ କୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ କରାଯିବ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏନେଇ ମହାନଦୀ ଅବବାହିକାର ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି ।

ଗେଟ୍‌ ଖୋଲିବାର ଦୁଇ ଘଣ୍ଟା ଆଗରୁ ସାଇରନ ବାଜିବ। ଗେଟ ଖୋଲିବା ସମୟରେ ମହାନଦୀ ଭିତରେ ଯେପରି କେହି ଚଳପ୍ରଚଳ ନହେବେ କିମ୍ବା ଗାଈଗୋରୁ ଯେପରି ବିଚରଣ ନକରିବେ । ମାଛ ଧରିବା ପାଇଁ କେହି ଯେପରି ନଯିବେ ସେଗୁଡ଼ିକ ସୁନିଶ୍ଚିତ କରିବାକୁ ମହାନଦୀ ଅବବାହିକର ଜିଲ୍ଲାପାଳ ଓ ରାଜ୍ୟ ଜଳସମ୍ପଦ ବିଭାଗକୁ ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

Spread the love