ଲଗାଣ ବର୍ଷା ଯୋଗଁ ବୃଦ୍ଧି ପାଇଲା ହୀରାକୁଦ ଜଳସ୍ତର

ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ ଡିପ୍ରେସନ ରୂପ ନେବା ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି ।ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ବର୍ତ୍ତମାନ ୬୦୭.୯୭ ଫୁଟରେ ପହଂଚିଲାଣି । ଡ୍ୟାମକୁ ସେକେଣ୍ଡ ପିଛା ୧ଲକ୍ଷ ୯୦ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପିଛା ୬ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି ।  ଏହି ଜଳପତ୍ତନ ବୃଦ୍ଧି ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ହେଲେ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ରହିଛି । ଉପରମୁଣ୍ଡରେ ବର୍ଷାସ୍ଥିତିକୁ ଦେଖି ଜଳ ନିଷ୍କାସନ ପାଇଁ ପରବର୍ତ୍ତୀ ନିଷ୍ପତି ଗ୍ରହଣ କରାଯିବ । ନିକଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବାରୁ ୩ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା । ଯାହା ଦ୍ୱାରା ଜଳ ଧାରଣ କ୍ଷମତା ନିକଟରେ ପହଂଚିଥିବା ଜଳସ୍ତର କୁ କମ କରାଯାଇଥିଲା ।

Spread the love