ଖୋଲିଲା ହୀରାକୁଦ ଗେଟ୍‌, ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର ୧୮।୦୭ : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍‌ । ଚଳିତ ବର୍ଷର ଛଡ଼ାଗଲା ପ୍ରଥମ ବନ୍ୟାଜଳ  । ହୀରାକୁଦର ଗେଟ୍‌ ନମ୍ବର ୭ ଜରିଆରେ ଛଡାଯାଇଛି ବନ୍ୟାଜଳ । ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଗେଟ୍‌ ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ୬୧୩.୧୫ ଫୁଟ୍‌ ଜଳ ରହିଛି ।

ତେବେ ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଜଳଭଣ୍ଡାରକୁ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ୍‌ ପାଣି ଆସିବା ନେଇ ସିଡବ୍ଲୁସି ଆକଳନ କରିଛି । ଏହି ପରିପ୍ରେକ୍ଷୀରେ ମୋଟ୍‌ ୫ଟି ଗେଟ୍‌ ଦେଇ ୭୫ ହଜାର କ୍ୟୁସେକ୍‌ ଜଳ ମହାନଦୀକୁ ଛଡାଯିବ । ଏହାଛଡା ପାୱାର୍‌ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ଆଦି ମିଶି ଯେତିକି ପାଣି ଉପରମୁଣ୍ଡରୁ ଆସିବ ସବୁ ତକ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବାମ ପଟର ୩ଟି ଏବଂ ଡାହାଣ ପଟର ୨ଟି ଗେଟ୍‌ ଖୋଲିବାକୁ ସ୍ଥିର ହୋଇଥିବା ସେ ସୂଚନା ଦେଇଛନ୍ତି । ଏଥିପାଇଁ ବନ୍ଧ ତଳ ପଟକୁ ନଯିବାକୁ ସତର୍କ ସୂଚନା ଜାରି ହୋଇଛି ।

Spread the love