ଓଡିଶା ହୋଇପାରେ ଦେଶର ଉତ୍ତପ୍ତ ସହର, ୬୬ ଡ଼ିଗ୍ରୀ ରେ ପହଞ୍ଚିବ ପାରଦ

ଭୁବନେଶ୍ୱର,୨/୩: ମାର୍ଚ୍ଚ ପହିଲାରୁ ତାତି ଅସମ୍ଭାଳ  ହେଲ।ଣି। ଏହି ତାତି ମେ’ ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତେବେ ମିଳିଥିବ‌ା ତଥ୍ୟ ଅନୁଯାୟୀ ଏହି ୩ ମାସରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ହାରାହାରି ୬୬ ଡିଗ୍ରି ପର୍ଯ୍ୟନ୍ତ ରହିବ। ଭୂ-ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‌ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି। କେବଳ ଓଡ଼ିଶା ନୁହେଁ ଭାରତର ଅଧିକାଂଶ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି କୁହାଯାଇଛି। ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପାରଦ ଉପରମୁହାଁ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଛତିଶଗଡ଼ରେ ଚଳିତ ବର୍ଷ ଭୀଷଣ ଖରା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନରୁ ଜଣାପଡ଼ିଛି।

Spread the love