ସରକାରୀ ହୋର୍ଡିଂ ଏବଂ ଗାଡ଼ିରୁ ହଟିବ ନେତା, ମନ୍ତ୍ରୀଙ୍କ ଫଟୋ, ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର, ୧୨୦୧: ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର୍‌ କାଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ସରକାରୀ ହୋର୍ଡିଂରୁ ନେତା, ମନ୍ତ୍ରୀଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏଥି ସହିତ ସମସ୍ତ ସରକାରୀ ଗାଡ଼ିରୁ ମଧ୍ୟ ନେତା ଏବଂ ମନ୍ତ୍ରୀଙ୍କ ଫଟୋ ହଟାଇବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଂଘନ କରୁଛି ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।

Spread the love