ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟି ଟଙ୍କା ବ୍ୟୟବରାଦ

ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।ସୂଚନା ମୁତାବକ, ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ରେ ହକି ବିଶ୍ଵକପର ୧୫ତମ ସଂସ୍କରଣ ଆୟୋଜନ ହେବ। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ହକିକୁ ପ୍ରୋତ୍ସାହତି କରିବା ପାଇଁ ଏବଂ ୨୦୨୩ ହକି ବିଶ୍ଵକପ୍ ଲାଗି ପ୍ରାକ୍-ପ୍ରସ୍ତୁତିର ଅଂଶ ସ୍ଵରୂପ, ରାଉରକେଲାଠାରେ ୧୫ ଏକର  ପରିମିତ ଭୂମି ଉପରେ ଏକ ନୂତନ ବିଶ୍ଵସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ କରାଯିବ । ୨୦ ହଜାର ଦର୍ଶକ ବସି ପାରିବାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭାରତର ସବର୍ବୃହତ ହକି ଷ୍ଟାଡ଼ିୟମରେ ପରିଣତ ହେବ । ଏ ନେଇ ରାଜ୍ୟ ସରକାର ୯୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆଜି ବଜେଟ ଉପସ୍ଥାପନ ସମୟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

 

Spread the love