ଭୁବନେଶ୍ୱରରେ ଆୟୋଜନ ହେବ ଜୁନିୟର ବିଶ୍ୱକପ୍‌ ହକି

ଭୁବନେଶ୍ୱର, ୨୬।୧୦:  ଓଡ଼ିଶାରେ ଆୟୋଜନ ହେବ ଜୁନିୟର ବିଶ୍ୱକପ୍‌ ହକି । କଳିଙ୍ଗ ଷ୍ଟାଡ଼ିୟମରେ ଏହି ଜିନିୟର ବିଶ୍ୱକପ୍ ହକି ଅନୁଷ୍ଠିତ ହେବା ନେଇ ଜଣାପଡ଼ିଛି । ବିନା ଦର୍ଶକରେ ହେବ ହକି ପ୍ରତିଯୋଗିତା ଆୟୋଜନ ହେବା ସହିତ ସିଧାପ୍ରସରଣ ମଧ୍ୟ କରାଯିବ । ଯାହାଫଳରେ ଘରେ ବସି ମଜା ନେଇ ପାରିବେ ଦର୍ଶକ।

ସୂଚନା ଅନୁସାରେ, ମୋଟ ୧୬ଟି ଟିମ୍‌ ଜୁନିୟର ବିଶ୍ୱକପ୍‌ ହକିରେ ଭାଗନେବେ  । ସବୁ ମ୍ୟାଚ୍‌ର ଟିଭି ପ୍ରସାରଣ କରାଯିବ । ନଭେମ୍ୱର ୨୪ରୁ ମ୍ୟାଚ୍‌ ଆରମ୍ଭ ହେବ । ଡିସେମ୍ୱର ୨ରେ କ୍ୱାର୍ଟର , ୩ରେ ସେମି ଫାଇନାଲ  ଏବଂ ଡିସେମ୍ୱର ୫ରେ ଫାଇନାଲ ମ୍ୟାଚ୍‌ ଖେଳା ଯିବ ବୋଲି ଜଣାପଡ଼ିଛି ।

Spread the love