ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ସବୁ କାର୍ଯ୍ୟ ଠିକ୍‌ ରୂପେ ଚାଲିଛି: ମୁଖ୍ୟ ସଚିବ

ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏନେଇ ବିଭିନ୍ନ ବିଭାଗକୁ ଯେଉଁ କାର୍ଯ୍ୟ ନେସ୍ତ କରାଯାଇଛି ସେ ସବୁ କାର୍ଯ୍ୟ ଠିକ୍‌ ରୂପେ ଚାଲିଛି । ହକି ବିଶ୍ୱକପ୍‌ ଆରମ୍ଭାର ବହୁ ପୂର୍ବରୁ ଏହି କାର୍ଯ୍ୟ ସରିଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜାନୁଆରୀ ୧୩ରେ ରାଉରକେଲାରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହେବ ।

ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜାନୁଆରୀ ୧୧ ତାରିଖରେ ହକି ବିଶ୍ୱକପ୍‌ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ରହିଛି । ଯେଉଁଠି ୪୦ ହଜାର ଦର୍ଶକ ଏବଂ ଅତିଥି ଯୋଗ ଦେବେ । ରାଜ୍ୟର ସମସ୍ତ ପଞ୍ଚାୟତରେ ହକି ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା ରହିଛି । ଏଥିସହ ହକି ଖେଳାଳିଙ୍କୁ ଚାଟାର୍ଡ ଫ୍ଲାଇଟରେ ଭୁବନେଶ୍ୱରରୁ ରାଉରକେଲାକୁ ନେବାଆଣିବା କରାଯିବ ।

Spread the love