ସଇଁନ୍ତଲା ଓ ଫପସି ରେ ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସ୍ବାଗତ

ସଇଁନ୍ତଲା,ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ରାଉରକେଳା ରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ବକପକୁ ହକି ର ପ୍ରଚାର ପ୍ରସାର ଉଦ୍ଧେଶ୍ୟ ରେ ହକି ବିଶ୍ୱକପ ଟ୍ରଫି କୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ପରିକ୍ରମା କରୁଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେ ସ୍ଥାନୀୟ ବିଡିଓ ଚନ୍ଦ୍ରମଣି ନାଗ ଙ୍କ ଅଧକ୍ଷତାରେ ସ୍ଥାନୀୟ ନବିନ ଛକରେ ଟ୍ରଫି କୁ ସ୍ଵାଗତ କରାଯାଇଥିଲା l

ପ୍ରଥମେ ନବିନ ଛକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦେସପ୍ରେମ ରେ ଉଦବୁଦ୍ଧ ହୋଇ ଟ୍ରଫି କୁ ଉଲ୍ଲାସ ର ସହ ଚକ ଦେ ଇଣ୍ଡିଆ ଗୀତର ଧ୍ଵନି ଦେଇ ସ୍ବାଗତ କରିଥିଲେ।କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର,ସ୍ଥାନୀୟ ପଞ୍ଚାୟତ କଲେଜର ଅଧକ୍ଷ ଶିବ ପ୍ରସାଦ ବିଶ୍ଵାଳ, ସିସକେଳା ସମିତି ଉମାକାନ୍ତ ରଣା,କେରମେଲି ସରପଞ୍ଚ ଅଶୋକ ସାହୁ,କନ୍ଧକେଲଗାଁ ସରପଞ୍ଚ ଅହଲ୍ୟା ସାହୁ,କଅସର ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ସାହୁ, ଘୁନସର ସରପଞ୍ଚ ଙ୍କ ପ୍ରତିନିଧି ଚମ୍ପୁ ସେଠ,


ବିନୋଦ ନାଗ ସମେତ କଲେଜ ର ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ,ଏମବିକେ ଓ ସଇଁନ୍ତଲା ର ଶତାଧିକ ଜନସାଧାରଣ ତଥା ହକି ପ୍ରେମୀ ଉପସ୍ଥିତ ରହି ସ୍ଵାଗତ କରିଥିଲେ।ସେହିପରି ଗଣ୍ଡପତ୍ରାପାଲି ପଞ୍ଚାୟତ ର ଫପସି ରେ ମଧ୍ୟ ହକି ବିଶ୍ଵ କପ ଟ୍ରଫି କୁ ବିଡିଓ ଚନ୍ଦ୍ରମଣି ନାଗ ଙ୍କ ତତ୍ଵାବଧାନରେ ଓ ସରପଞ୍ଚ ମନିଷ ସୁନାଙ୍କ ନେତୃତ୍ଵରେ ସ୍ଵାଗତ କରାଯାଇଥିବା ବେଳେ ସମିତି ଅମ୍ରିତା ଦିପ, ଜିଲ୍ଲାପରିସଦ ସଭ୍ୟ ରିତାରାଣି ହାତୀ ଓ ହିମାଞ୍ଚଲ ବୁଡେକ,ବିଜେଡି ଯୁବ ନେତା ରାଜକିଶୋର ଡ଼ାଙ୍ଗ, କରମତଲା ସରପଞ୍ଚ ତିଳୋତ୍ତମା ବାଗ, ଦୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, କୁଇକେଡା ସରପଞ୍ଚ ଯୁଗଲାଲ ମାଝୀ,ବିଏଲସି ସୁଧାଂଶୁ ଶେଖର ବଚ୍ଛା ସମେତ ସମସ୍ତ ଏମବିକେ, ଶିଆରପିସିଏମ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ।

Spread the love