ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଶାର ୨ ବୀର ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେବାଶିଷଙ୍କ ବାପାମା’ ଏବଂ ସୁଧୀରଙ୍କ ମା’ଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି। ସାହସିକତା ଓ ବୀରତ୍ୱ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ ସାନଭଦୁଆ ଗ୍ରାମର ଏସଓଜି କମାଣ୍ଡୋ ସହିଦ ସୁଧୀର ଟୁଡୁଙ୍କୁ ‘ଶୌର୍ଯ୍ୟ ଚକ୍ର’ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।କନ୍ଧମାଳ ସୀମାନ୍ତ ସିର୍କୀ ଜଙ୍ଗଲରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୨୦୨୦ ସେପ୍ଟେମ୍ବର ମାସ ୯ ତାରିଖରେ ଦେଶମାତୃକା ସେବାପାଇଁ ସୁଧୀର ଟୁଡୁ ସହିଦ ହୋଇଥିଲେ । ତାଙ୍କର ଅପୂର୍ବ ବୀରତ୍ୱ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୫ , ୨୦୨୧ରେ ସ୍ୱାଧୀନତା ଦିବସ ଅବସରରେ ମରଣୋତ୍ତର ‘ଶୌର୍ଯ୍ୟଚକ୍ର’ ଘୋଷଣା କରାଯାଇଥିଲା । ସହିଦ ସୁଧିରଙ୍କ ମା ଜଉନା ଟୁଡୁଙ୍କୁ ଏହି ଶୌର୍ଯ୍ୟଚକ୍ର ଗ୍ରହଣ କରିଛନ୍ତି। ସେହିପରି ସହିଦ ଦେବାଶିଷ ସେଠୀ ଏସଓଜି କମାଣ୍ଡର ଥିଲାବେଳେ ସହିଦ ହୋଇଥିଲେ । ତାଙ୍କ ବାପା ସନାତନ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

Spread the love