କରୋନା ଭୟରେ ପତ୍ନୀଙ୍କ ଠାରୁ ଦୂରତା ମହଙ୍ଗା ପଡ଼ିଲା: ସ୍ବାମୀ ଦେଲେ ପୁରୁଷତ୍ବ ପରୀକ୍ଷା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କରୋନା ମହାମାରୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ଠାରୁ ‘ସାମାଜିକ ଦୂରତା’ ରଖିଥିଲେ। ଏହାକୁ କେନ୍ଦ୍ର କରି ଯୁବକଙ୍କୁ ପୁରୁଷତ୍ବ ପରୀକ୍ଷା ଦେବାକୁ ପଡ଼ିଥିବାର ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, କରୋନା କାଳରେ ଜୁନ୍ ୨୯ତାରିଖରେ ଭୋପାଳର ଜଣେ ଯୁବକଙ୍କ ବିବାହ ହୋଇଥିଲା। ସେହି ସମୟରେ ଯୁବକଙ୍କ ଶ୍ବଶୁର ଘରର ଅନେକ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି କାରଣରୁ ଯୁବକଙ୍କ ମନରେ କରୋନା ଭୟ ରହି ଯାଇଥିଲା। ସେ ନିଜର ନବବିବାହିତ ପତ୍ନୀଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିଥିଲେ। ସ୍ବାମୀଙ୍କ ଏଭଳି କାମ ଦେଖି ପତ୍ନୀ ‌କ୍ରୋଧିତ ହୋଇ ନିଜ ବାପ ଘରକୁ ଚାଲି ଯାଇଥିଲେ। ପତ୍ନୀ ବାପ ଘରକୁ ଯିବାର ୫ମାସ ପରେ ଭୋପାଳରେ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ପତ୍ନୀଙ୍କ କହିବାନୁସାରେ, ମୋ ସ୍ୱାମୀ ମୋ ସହ ଭଲ ବ୍ୟବହାର କରନ୍ତି। ଫୋନରେ ବି ଭଲ କଥାବାର୍ତ୍ତା ହୁଅନ୍ତି କିନ୍ତୁ ମୋ ପାଖକୁ କେବେ ଆସନ୍ତି ନାହିଁ | ଏହାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ଅନେକ ଥର ବିବାଦ ବି ହୋଇଛି। କିନ୍ତୁ କୌଣସି ପ୍ରକାର ସମାଧାନ ହୋଇ ନଥିଲା। ଏଭଳି ପରିସ୍ଥିତିରେ ପରିବାର କୋର୍ଟରେ ଦୁହିଁଙ୍କ କାଉନସେଲିଂ କରାଯାଇଥିଲା।
ସୂଚନାଯୋଗ୍ୟ,, ଛାଡପତ୍ର ଆବେଦନ କରିବା ସହିତ ପତ୍ନୀ ନିଜ ସ୍ବାମୀଙ୍କ ପୁରୁଷତ୍ବ ଉପରେ ସନ୍ଦେହ କରିଥିଲେ। ଏହାପରେ କାଉନସେଲିଂ ଚାଲୁଥିବା ସମୟରେ ଯୁବକଙ୍କୁ ପୁରୁଷତ୍ବ ପରୀକ୍ଷା କରିବାକୁ କୁହାଯାଇଥିଲା। ଏଥିରେ ପତ୍ନୀ କରିଥିବା ଦାବି ଭୁଲ ପ୍ରମାଣିତ ହୋଇଥିଲା। ଏହାପରେ ଫେମିଲି କୋର୍ଟ ଦୁହିଁଙ୍କୁ ବୁଝାସୁଝା କରିବା ପରେ ଏକାଠି ରହିବାକୁ ରାଜି ହୋଇଥିଲେ ନବଦମ୍ପତି।

Spread the love