ଆଜିର ରାଶିଫଳ

ବୃଷ: ଦିନଟି ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ପତ୍ନୀ ରୂପବତୀ ଓ ଶାନ୍ତ ସ୍ବଭାବସମ୍ପନ୍ନ ହେବେ। ପତିବ୍ରତା ଓ ଲଜ୍ଜାଶିଳା ହୋଇପାରନ୍ତି। ଦେବ, ବ୍ରାହ୍ମଣ ଭକ୍ତିଯୁକ୍ତା ହେବେ।

ମିଥୁନ: କୌଶଳରେ ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ନୀଚ୍ଚ ଲୋକଠାରେ ଅନୁରକ୍ତି ରହିଲେ ବି ଋଣମୁକ୍ତ ହୋଇପାରନ୍ତି। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ସୁସ୍ଥ ଓ ନିରାମୟ ରହିବେ।

କର୍କଟ: ଲେଖାପଢ଼ାରେ ପାରଦର୍ଶୀ ହେବେ। ଧନ ଆହରଣରେ କୃତକାର୍ଯ୍ୟ ହେବେ। ପୁତ୍ରମାନେ ପ୍ରସିଦ୍ଧି ଲାଭ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ମହାନୁଭବ ହେବେ। ଧନୀ ଓ ବିନୟୀ ହୋଇପାରନ୍ତି।

ସିଂହ: ହଠାତ୍‌ ସୁଖ-ସମୃଦ୍ଧିଯୁକ୍ତ ହେବେ। କୁମିତ୍ରାଦି ସଙ୍ଘ ପରିତ୍ୟାଗ କରି ସନ୍ମାର୍ଗୀ ହେବେ। ଦାରିଦ୍ର୍ୟ, କଷାଘାତରୁ ମୁକ୍ତ ହେବେ। ଚାଷାଦି କାର୍ଯ୍ୟରୁ ଲାଭବାନ୍‌ ହୋଇପାରନ୍ତି। ପରିବାରର ଶ୍ରେଷ୍ଠ ହେବେ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ପୂର୍ଣ୍ଣ ସହାୟିକା ହେବେ। ଧର୍ମରତ ଓ ଗୁରୁଭକ୍ତିଯୁକ୍ତ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଅଶାନ୍ତିର ବିଲୋପ ଘଟିବ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଧନପ୍ରାପ୍ତ ହେବେ।

ତୁଳା: ବ୍ୟବସାୟରୁ ଧନପ୍ରାପ୍ତ ହେବେ। ପୁତ୍ରଠାରୁ ଅର୍ଥ ମିଳିବ। ଋଣ କ୍ଷେତ୍ରରେ ପାରଙ୍ଗମ ହେବେ। ଗୁରୁଙ୍କଠାରୁ ମଧ୍ୟ କଲ୍ୟାଣ ସହିତ ଅଳ୍ପ ଧନ ମିଳିପାରେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି।

ବିଛା: ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ସେବା ମନୋଭାବର ହୋଇପାରନ୍ତି। ଆଚାର, ବ୍ୟବହାର ଓ ଭାଷା ଭଦ୍ରୋଚିତ ହେବ। କୃଷି କର୍ମ ପ୍ରତି ଆନ୍ତରିକତା ରହିବ। ସ୍ବଳ୍ପଭାଷୀ ହେବେ। ଅର୍ପିତ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ।

ମକର: ଜଳଯାନରୁ ଧନପ୍ରାପ୍ତିର ସୂଚନା ମିଳୁଛି। ବିଦେଶବାସରୁ ମଧ୍ୟ ଧନ ଆହରଣ କରିପାରନ୍ତି। ରାଜସେବାରୁ ଧନଭଣ୍ଡାର ପରିପୂର୍ଣ୍ଣ କରିବାରେ ସଫଳ ହେବେ। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। କୁଳୋଚିତ କର୍ତ୍ତା ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବାରେ ଯତ୍ନବାନ୍‌ ହେବେ। ସର୍ବକ୍ଷେତ୍ରରେ ଆଦରଣୀୟ ହେବେ। ଦ୍ବିଜଭକ୍ତ ହୋଇପାରନ୍ତି।

ମୀନ: ଧର୍ମକ୍ରିୟାରତ ହୋଇପାରନ୍ତି। ଯଜ୍ଞକର୍ତ୍ତା ଭାବେ ହୋମାନଳ ସମ୍ମୁଖରେ ଆହୁତି ପ୍ରଦାନ କରିପାରନ୍ତି। ଅଧିକ କ୍ଷମତାପ୍ରାପ୍ତ ହୋଇ ତା’ର ସଦ୍‌ ବ୍ୟବହାର କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି।

Spread the love