ଆଜିର ରାଶିଫଳ

ମେଷ: ପାରିବାରିକ ସ୍ଥିତି ଭଲ ରହିବ।ମିତ୍ରମାନେ ଆପଣଙ୍କ ପାଇଁ ଅପଚେଷ୍ଟା କରିପାରନ୍ତି। ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।

ବୃଷ:ବ୍ୟସ୍ତତା ଲାଗି ରହିବ ତଥାପି ସାଧାରଣ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଶନିଙ୍କ କୋପ ଯୋଗୁଁ  ବ୍ୟବସାୟ ଧିିରେ ଚାଲିବ। ବିଭିନ୍ନ ପ୍ରକାର କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ।

ମିଥୁନ:ଚିନ୍ତା ବୃଦ୍ଧି ହୋଇ ପାରେ। ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।କର୍ମକ୍ଷେତ୍ରରେ ସଫଳତା ପାଇବେ।

କର୍କଟ:ପୁନର୍ବସୁ ନକ୍ଷତ୍ର ଯୋଗୁଁ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଆତ୍ମୀୟଙ୍କ ସାହାଯ୍ୟରେ ସମସ୍ୟା ସମାଧାନ କଷ୍ଟ ହୋଇପାରେ । ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ। ଧାମିକ କ୍ଷେତ୍ରରେ ମନ ଦେବେ।

 ସି˚ହ:କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିବେ।ଯାତ୍ରା ସମୟରେ ସତକ ରୁହନ୍ତୁ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।

 କନ୍ୟା:ଯେତେ ଭଲ କାମ କଲେ ମଧ୍ୟ  କର୍ମକ୍ଷେତ୍ରରୁ ଅଭିଯୋଗ ଆସିପାରେ । ବ୍ୟସ୍ତତା ଭିତରେ ରହିବେ। ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଔଷଧ, ବହିପତ୍ର, ଲୁଗାପଟା ତଥା ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ତୁଳା:ଭୁଲ୍‌ ବୁଝାମଣା ,କଚେରି ମାମଲ ର ସମାଧାନ ହେବ। କଚେରି ମାମଲ ଆକସ୍ମିକ ଭାବରେ ପିଲାମାନଙ୍କ ତରଫରୁ ସମସ୍ୟା ଆସିପାରେ।  କଳହ ପ୍ରତି ସତର୍କ ରୁହନ୍ତୁ।

 ବିଛା:ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା କାରଣରୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଭ୍ରମଣଯୋଗୁ କ୍ଳାନ୍ତି ଓ ଆଳସ୍ୟ ଅନୁଭବ କରିବେ ।

ଧନୁ:ଆପଣଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଚେଷ୍ଟା କରୁଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ବିପଦ ଘଟିବାର ସମ୍ଭାବନା ନାହିଁ।

 ମକର:ଦୀର୍ଘଦିନରୁ ଝଗଡ଼ା ସମାଧାନ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇପାରେ। ଧାର କରଜ କରିପାରନ୍ତି।

କୁମ୍ଭ:କୋୖଣସି ସ୍ଥାନକୁ ଯାତ୍ରାକରିପାରନ୍ତି।  ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନହେଲେ କିଛି ହରାଇବାକୁ ପଡ଼ିପାରେ।

 ମୀନ:କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ। ଦାୟିତ୍ୱ ନେଇଥିବା ଲୋକଟି ଠିକ୍‌ ଖବର ଦେବାରେ ବିଳମ୍ବ କରିପାରନ୍ତି।  ପାରିବାରିକ ସ୍ଥିତିରେ ଉନ୍ନତି ଘଟିବ।

Spread the love