ଗୁରୁବାର ରାଶିଫଳ ୧୪.୦୪.୨୦୨୨

ମେଷ: ଆଜି ପଣାସକ୍ରାନ୍ତିରେ ଗୌରବ ଲାଭ କରିପାରନ୍ତି। ପତ୍ନୀ ସୁଶୀଳା, ଆଜ୍ଞାକାରିଣୀ ଓ ଶାନ୍ତ ହୋଇପାରନ୍ତି। ଲଟେରିର ଉଠାଣ ଫଳ ସପକ୍ଷରେ ଯାଇପାରେ। ସନ୍ତାନ, ସନ୍ତତି ଲାଭର ସୂଚନା ମିଳୁଛି।

ବୃଷ: ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଆଦର୍ଶବାଦୀ ହେବେ। ନାନା ସୁଖ ପ୍ରାପ୍ତ ହେବେ।

ମିଥୁନ: ଆର୍ଥିକ ସ୍ଥିତିକ ସୁଦୃଢ଼ ରହିବ। ଶୁଭକାର୍ଯ୍ୟ କରିପାରନ୍ତି।ଠାକୁରଙ୍କ ଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ। ଗୁଣବାନ୍‌ ଓ ସଜ୍ଜନ ହେବେ।

କର୍କଟ: ସ୍ବକର୍ମ ପାଇଁ ଆଦର ଓ ସମ୍ମାନ ମିଳିବ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଭ୍ରମିତ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। ସହିଷ୍ଣୁ ହୃଷ୍ଟଚିତ୍ତ ହେବେ।

ସିଂହ: ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ଉତ୍ତମ ମାନର ହେବ। ସୁସ୍ବାଦୁ ଭୋଜନ ମିଳିବ। ସୁସ୍ଥ ରହିବେ।

କନ୍ୟା: ଅଯଥା ବିତର୍କରେ କରନ୍ତୁନାହି। ମନରେ ଦୁଶ୍ଚିନ୍ତା ଉପୁଜିପାରେ। ପରୋପକାରୀ ହେବେ। ନିଜ ସ୍ବକର୍ମ ପାଇଁ ଲୋକଙ୍କ ଆଦରଣୀୟ ହେବେ। ଭାଷା ଓ ବ୍ୟବହାର ମଧୁର ହେବ।

ତୁଳା: ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ।

ବିଛା: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ଧନୁ: ଦେବଦର୍ଶନର ସୌଭାଗ୍ୟ ଅଛି। ପଦୋନ୍ନତି ଆଶା କରାଯାଏ। ପରିବାର ପ୍ରତି ଶ୍ରଦ୍ଧାଭାବ ରହିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବେ।

ମକର: ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି, ଧର୍ମ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ।ସତର୍କ ରୁୁହନ୍ତୁ ଏବ କଳହଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ।

କୁମ୍ଭ: ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ଅନୁକୂଳ ସମୟ। ସୁଖାଦ୍ୟ ପାଇଁ ଆନନ୍ଦ ଉପଭୋଗ କରିବେ। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ।

ମୀନ: ବନ୍ଧୁ ସହାୟତା ମିଳିବ। ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ।

Spread the love