ଏମ୍ସରେ ଆହତ ୨ ଯବାନଙ୍କୁ ଭେଟିଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର ୧୧।୭: ଏମ୍ସ ଯାଇ ଦୁଇ ଆହତ ଯବାନଙ୍କ ଭେଟିଲେ ପୋଲିସ ଡିଜି ଅଭୟ । ଶନିବାର ଆହତ ହୋଇଥିବା ଦୁଇ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସହ କଥା ହୋଇ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜି ଅଭୟ ।  ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା  ଭଲ ଅଛି ।  ସେମାନେ ମାନସିକ ସ୍ତରରେ ମଜବୁତ ଅଛନ୍ତି ।  

ଶନିବାର  ମାଓବାଦୀଙ୍କ ସହ ଲଢେଇ ସମୟରେ ଗୁଳି ବାଜି ଆହତ ହୋଇଥିଲେ । ତାଙ୍କୁ କନ୍ଧମାଳ ଗୋଛାପଡା ଜଙ୍ଗଲରୁ ଉଦ୍ଧାର କରି ହେଲିକାପ୍ଟର ସାହାଯ୍ୟରେ ଏୟାର ଲିଫ୍ଟ କରି ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଦୁଇ ଯବାନଙ୍କୁ ଏମ୍ସକୁ ନିଆଯାଇଥିଲା ।

Spread the love