ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍, ସ୍ବଚ୍ଛତା ଉପରେ ଗୁରୁତ୍ବ

ପୁରୁଷୋତ୍ତମପୁର ୦୨/୦୨: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସମା ଗ୍ରାମରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି କାୟାକଳ୍ପ ଟିମ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏଡିୟୁପିଏଚ୍ଓ ର ଡକ୍ଟର ମନୋଜ କୁମାର ପଣ୍ଡା, ଏପିଏମ୍ ଫନୀ ଭୂଷଣ ପଟନାୟକଙ୍କ ଏବଂ ତାଙ୍କର ଟିମ୍‌ ହସ୍ପିଟାଲ ଯାଇ ବିଭିନ୍ନ ଯାଞ୍ଚ କରିଛନ୍ତି । ବିଶେଷକରି ମେଡିକାଲର ପରିଷ୍କାର ପରିଚ୍ଛନତା , ମେଡିକାଲର ଜୈବ ଆବର୍ଜନା ପରିଚାଳନା, ଔଷଧୀୟ ଉଦ୍ୟାନ, ଜଳ ନିଷ୍କାସନ ବ୍ୟବସ୍ତା ଏବଂ ମେଡିକାଲର କାଗଜପତ୍ର ଏବଂ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟ ଶୈଳୀ ଯାଞ୍ଚ କରିଥିଲେ ।

ବିଶେଷ କରି ବର୍ଜ୍ୟ ଵସ୍ତୁ ପରିଚାଳନା ଉପରେ ଟିମ୍‌ ଅଧିକ ଗୁରୁତ୍ୱ ଦେଇଥିଲେ। ହସ୍ପିଟାଲର ଆୟୁଷ ଡାକ୍ତର ରବିନ୍ଦ୍ର ନାଥ ଗନ୍ତାୟତଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କାୟାକଳ୍ପ ଟିମ୍‌ । ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ନିଲଦୀପ ପାଣିଗ୍ରାହୀ, ବିପିଏମ ରାଧାକୃଷ୍ଣ ସାବତ, ଫାର୍ମାସିଷ୍ଟ ସାଗରୀକା ମଲ୍ଲ, ସ୍ୱାସ୍ଥ୍ୟ କର୍ମୀ ସଞ୍ଜୟ ରେଡ୍ଡୀ, ଶୁକଦେବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏତଦ୍‌ ବ୍ୟତୀତ କରୋନା ଟିକା ନେବା ନିମନ୍ତେ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ପଞ୍ଚାୟତରେ ସଚେତନତା ରାଲି, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଆଶା ଟିଏକୁ ଗଛଟିଏ, ଆଜାଦି କା ଅମୃତ ମହୋତ୍ସବ ଆଦି ଆଉଟ୍ ଡୋର୍‌ କାର୍ଯ୍ୟକ୍ରମ ଉପରେ କାୟାକଳ୍ପ ଟିମ ଗୁରୁତ୍ୱ ଦେଇଥିଲେ ।

Spread the love