ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୪।୦୪:  ଦିବଙ୍ଗତ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଭାଇ ତଥା କଣ୍ଠଶିଳ୍ପୀ ହୃଦୟନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହୃଦୟନାଥଙ୍କ ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟନାଥ ସଙ୍ଗେସକର ଏହି ସୂଚନା ଦେଇଛନ୍ତି। ଆଦିତ୍ୟନାଥ ସୂଚନା ଦେଇ କହିଛନ୍ତି, ହୃଦୟନାଥଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି ଏବଂ ୧୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଫେରିବେ। ଦିବଙ୍ଗତ ଗାୟୀକା ଲତା ମଙ୍ଗସେକର ଏବଂ ଆଶା ଭୋସଁଲେଙ୍କ ସାନ ଭାଇ ହୃଦୟନାଥ ।

ଲତା ଦୀନାନାଥ ମଙ୍ଗେସକର ପୁରସ୍କାରର ଉଦଘାଟନ ଅବସରରେ, ଆଦିତ୍ୟନାଥ ସଭାକୁ ସମ୍ୱୋଧିତ କରି କହିଥିଲେ, ତାଙ୍କ ବାପା ହୃଦୟନାଥ ମଙ୍ଗେସକର ସବୁବେଳେ ସ୍ୱାଗତ ଭାଷଣ ଦେବା ସହ ଟ୍ରଷ୍ଟ ବାବଦରେ ସୂଚନା ଦେଉଥିଲେ। କିନ୍ତୁ ଚଳିତ ବର୍ଷ ସେ ଏପରି କରିବାକୁ ସକ୍ଷମ ନୁହନ୍ତି। ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ଭାଗବାନଙ୍କ କୃପାରୁ ଆସନ୍ତା ୮ରୁ ୧୦ ଦିନରେ ଘରକୁ ଫେରିଆସିବେ।

ମଙ୍ଗେସକର ପରିବାରରେ ହୃଦୟନାଥ ସବୁଠୁ ସାନ,କିନ୍ତୁ ସଙ୍ଗୀତ ଏବଂ ଫିଲ୍ମ ଉଦ୍ୟୋଗରେ ବାଲାସାହେବ ନାଁରେ ବେଶ ପରିଚିତ। 2009 ମସିହାରେ ହୃଦୟନାଥଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର।

Spread the love