ବଲାଙ୍ଗୀରରେ ୟୁପି ଷ୍ଟାଇଲରେ ବୁଲିଲା ବୁଲଡୋଜର : ମାଟିରେ ମିଶିଲା ଅପରାଧୀଙ୍କ ଘର ଓ ହୋଟେଲ

ବଲାଙ୍ଗୀରରେ ୟୁପି ଷ୍ଟାଇଲରେ ଭଙ୍ଗାରୁଜା । ଅପରାଧୀଙ୍କ ଆଡ୍ଡାରେ ବୁଲିଲା ବୁଲଡୋଜର । ବଲାଙ୍ଗୀରରେ ଦିନକୁ ଦିନ ଅପରାଧ ବଢି ଚାଲିଥିବା ବେଳେ ବିଭିନ୍ନ ସଙ୍ଗଠନ ଓ ସାଧାରଣ ଲୋକଙ୍କ ସମାଲୋଚନା ପରେ ପୋଲିସର ନିଦ ଭଙ୍ଗିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅପରାଧୀଙ୍କ ଘର ଓ ଆଡ୍ଡାରେ ବୁଲଡୋଜର ଲଗାଇ ଭଙ୍ଗାରୁଜା କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ସୋମବାର ଆରଟିଓ ଛକରେ ଥିବା ସରକାରୀ ଜମିରେ ହୋଇଥିବା ମଦ କୋଠୀ, ଆରଟିଓ ଛକରେ ଥିବା ଶ୍ରୀପତୀ ଭୋଇର ହୋଟେଲ, ବଲାଙ୍ଗୀର-ପାଟଣାଗଡ ରାସ୍ତାରେ ଥିବା ବବଲୁର ହୋଟେଲକୁ ମାଟିରେ ମିଶାଇ ଦିଆଯାଇଛି । ଏକଦା ୟୁପିରେ ଅପରାଧୀଙ୍କ ଘର ଉପରେ ବୁଲଡୋଜର ଲଗାଇ ଭାଙ୍ଗିବାର ଖବର ସାରା ଦେଶରେ ଚର୍ଚ୍ଚାରେ ରହିଥିଲା । ଏବେ ବଲାଙ୍ଗୀରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।

Spread the love