ଘରେ ବନାନ୍ତୁ ମ୍ୟାଗି ମସଲା

ଆବଶ୍ୟକ ସାମଗ୍ରୀ : ୩ ଚାମଚ୍‌ ପିଆଜ ପାଉଡର
୩ ବଡ ଚାମଚ ରସୁଣ ପାଉଡର
ଅଢ଼େଇ ଚାମଚ୍‌ କର୍ଣ୍ଣଫ୍ଲୋର
୧ ବଡ ଚାମଚ୍‌ ଚିନି ପାଉଡର
୨ ବଡ ଚାମଚ ଆମଚୁର ପାଉଡର
ଦେଢ଼ ଚାମଚ ସୁଣ୍ଠି ପାଉଡର
୩ ବଡ ଚାମଚ ଚିଲ୍ଲୀ ଫ୍ଲେକ୍ସ
୧ ବଡ ଚାମଚ ହଳଦୀ
୨ ବଡ ଚାମଚ ଜିରା
୩ ବଡ ଚାମଚ ଗୋଲମରୀଚ
୨ ବଡ ଚାମଚ ଧନିଆ ପତ୍ର
୨ଟି ତେଜପତ୍ର
ସ୍ୱାଦାନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ସର୍ବପ୍ରଥମେ ଜିରା, ମେଥି ଦାନା, ତେଜପତ୍ର, ଧନିଆ ପତ୍ର, ଗୋଟା ଲଙ୍କା, ଗୋଲ ମରୀଚକୁ ୨ ଘଣ୍ଟା ପର୍ଯ୍ୟନ୍ତ ଖରାରେ ରଖିଦିଅନ୍ତୁ।
ଏହାପରେ ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନ୍‌ ଗରମ ହେବା ପାଇଁ ରଖନ୍ତୁ।
ଯେତେବେଳେ ପ୍ୟାନ ଗରମ ହୋଇଗଲେ ଏଥିରେ ସବୁ ଗୋଟା ମସଲାକୁ ପକାଇ ୪-୫ ମିନିଟ୍‌ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଭାଜନ୍ତୁ।
ଏହାପରେ ଏହି ମସଲାକୁ ଗୋଟେ ପ୍ଲେଟକୁ ବାହାର କରି ଥଣ୍ଡା କରିଦିଅନ୍ତୁ।
ଯେତେବେଳେ ଏହି ଗୋଟା ମସଲା ଥଣ୍ଡା ହୋଇଯିବ ସେତେବେଳେ ଏହାକୁ ଗ୍ରାଇଣ୍ଡିଂ କରି ପେଷି ଦିଅନ୍ତୁ।
ଏହି ମସଳାରେ ପିଆଜ ପାଉଡର, ରସୁଣ ପାଉଡର, କର୍ନ ଫ୍ଲୋର, ଆମଚୁର, ଚିନି, ସୁଣ୍ଠି, ହଳଦି, ଚିଲି ଫ୍ଲେକ୍ସ ଏବଂ ଲୁଣ ପକାଇ ଆଉ ଥରେ ପେଶି ଦିଅନ୍ତୁ।
ଏହି ମସଲାକୁ ଛଣାରେ ଛାଣି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମ୍ୟାଗି ମସଲା।
ଯେତେବେଳେ ବି ଘରେ ମ୍ୟାଗି ପ୍ରସ୍ତୁତ କରିବେ ସେତେବଳେ ଏହି ହୋମମେଡ ମ୍ୟାଗି ମସଲା ବ୍ୟବହାର କରନ୍ତୁ।

Spread the love