ମେଥି ସୁପ୍‌ ଲାଗିବନି ପିତା, ପ୍ରସ୍ତୁତ କରିବା ବେଳେ ବ୍ୟବହାର କରନ୍ତୁ ଏହିସବୁ ଜିନିଷ

ମେଥି ଶାଗ ଖାଇବାକୁ ବେଶ୍‌ ସୁଆଦିଆ। ମେଥି ଶାଗ ଶୀତଦିନେ ବଜାରରେ ମିଳିଥାଏ। ମେଥି ଶାଗକୁ ପ୍ରତି ଘରେ ଖାଦ୍ୟ ରୂପେ ବ୍ୟବହାର କରାଯଏ । କିଛି କିଛି ଲୋକେ ମେଥି ପରଟା କରି ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । ମେଥି ମଞ୍ଜି ଭଳି ମେଥି ଶାଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ । ମେଥିର ମଞ୍ଜି ବା ଏହାର ପତ୍ରକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ରୋଗୀ ଉପକୃତ ହୋଇଥାନ୍ତି। ମେଥି କୋଲେଷ୍ଟ୍ରଲ୍‌ କମ୍‌ କରୁଥିବାରୁ ଏହା ଶରୀର ପାଇଁ ଲାଭଦାୟକ। ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ମେଥି ପତ୍ରରେ ଫାଇଭର ସହ ଆଣ୍ଟିଅକ୍ସିଡେଣ୍ଟର ମଧ୍ୟ ରହିଛି। ଏହା ଆମ ଶରୀରରେ ପାଚନକ୍ରିୟାକୁ ଶକ୍ତିଶାଳୀ କରିବା ସହ ହଜମ ଶକ୍ତି ବଢ଼ାଇଥାଏ। ଯେଉଁମାନଙ୍କ ପେଟ ଜନିତ ସମସ୍ୟା ରହିଛି, ସେମାନେ ନିଜ ନିତିଦିନିଆ ଖାଦ୍ୟରେ ମେଥି ଶାଗକୁ ସାମିଲ କରିପାରିବେ। ମେଥି ପତ୍ର ଉଭୟ ଟାଇପ୍ ୧ଏବଂ ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ। ମେଥି ଶରୀରରେ ଇନ୍‌ସୁଲିନ୍‌ର ପରିମାଣ ବଢ଼ାଉଥିବା କାରଣରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ମେଥି ଶାଗରେ ବିଭିନ୍ନ ପ୍ରକାର ଜିନିଷ କରି ଖାଇଥିବେ କିନ୍ତୁ କେବେ ବି ଆପଣ ସୁପ୍‌ କରି ପିଇନଥିବେ । ମେଥି ସୁପ୍‌ ସ୍ୱାଦ ଅନୁସାରେ ପିତା ହୋଇଥିବା ଯୋଗୁଁ ଏହାକୁ ପିଇବା କଷ୍ଟକର ହୋଇପଡେ । ତେବେ ଏମିତି କେତେକ ଟିପ୍ସ ରହିଛି, ଯାହାଦ୍ୱାରା ଆପଣ ମେଥି ସୁପ କରିବା ସମୟରେ ଆପଣାଇଲେ ଏହାର ପିତା ଅଂଶ ଚାଲିଯାଏ ।

ମେଥି ସୁପ ବ୍ୟବହାର କରିବା ସମୟରେ ଆପଣ ଟମାଟର ବ୍ୟବହାର କରିପାରିବେ । ଏହା ମେଥି ସୁପର ପିତା ଅଂଶ ଦୂର କରିପାରେ। ଆଉ ପିଲାମାନେ ମଧ୍ୟ ସହଜରେ ପିଇପାରିବେ ।

ଆପଣ ଚାହିଁଲେ ମେଥି ସୁପ୍‌ ତିଆରି କରିବା ବେଳେ ଆପଣ ସେଥିେରେ ଲେମ୍ବୁ ରସ ପକାଇ ପାରିବେ। ସୁପ ତିଆରି କରିବା ସମୟରେ ଏଥିରେ ଆପଣ ଗୋଟେ ଲେମ୍ବୁକୁ କାଟି ପକାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ସୁପ୍‌ ଟେଷ୍ଟି ମଧ୍ୟ ହେବ ଆଉ ପସନ୍ଦ ମଧ୍ୟ ଆସିବ।

ଆପଣ ଯଦି ଚାହିଁବେ ଆପଣ ମେଥି ସୁପ୍‌ ସମୟରେ ପୁଦିନା ପତ୍ର ବ୍ୟବହାର କରିପାରିବେ। ପୁଦିନା ପତ୍ର ସ୍ୱାସ୍ଥ୍ୟକର ହେବା ସହିତ ସ୍ୱାଦିଷ୍ଟ ହୋଇଥାଏ। ତେଣୁ ଆପଣ ମେଥି ସୁପ୍‌ କରିବା ସମୟରେ ପୁଦିନା ପତ୍ର ବ୍ୟବହାର କରିପାରିବେ ।

ମେଥି ସୁପର ଫାଇଦା :

ମେଥି ସୁପର କରିବା ବହୁତ ସହଜ। ଏହାକୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ମେଥି ସୁପ ପିଇଲେ ଭାଇରଲ ଜ୍ୱର ଏବଂ ସଂକ୍ରମଣ ଜନିତ ରୋଗରୁ ମୁକ୍ତି ମିଳେ । ଶୀତଦିନେ ଆପଣ ମେଥି ସୁପ୍‌ ବନାଇ ଖାଇବାକୁ ଦେଇପାରିବେ ।

Spread the love