ଲାକ୍ଷାଦ୍ୱୀପ ଯିବା ପାଇଁ କରୁଛନ୍ତି କି ଯୋଜନା? ଜାଣିନିଅନ୍ତୁ ଜରୁରୀ ସୂଚନା

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଧରେ ଆପତ୍ତିଜନକ ମନ୍ତବ୍ୟର ପ୍ରଭାବ ମାଲଦ୍ୱୀପର ପର୍ଯ୍ୟଟନ ଉପରେ ସ୍ପଷ୍ଟ ଦେଖିବା ପାଇଁ ମିଳିଛି । ଏହି ସମୟରେ ଭାରତର ଲାକ୍ଷାଦ୍ୱୀପ ଚର୍ଚ୍ଚାରେ ଆସିଛି । ଏବଂ ଗୋଟିଏ ପଟେ ସୋସିଆଲ ମିଡିଆରେ ଏବେ ବୟକୋଟ ମାଲଦ୍ୱୀପ ଟ୍ରେଣ୍ଡ କରୁଛି । ଏଥିସହିତ ଲାକ୍ଷାଦ୍ୱୀପ ମଧ୍ୟ ଏହାର ବିକଳ୍ପ ଭାବରେ ଦେଖାଯାଉଛି   । ଏବେ ପ୍ରଶ୍ନ ହେଉଛି ଲାକ୍ଷାଦ୍ୱୀପ ଯିବାକୁ ଚାହୁଁଥିବା ପର୍ଯ୍ୟଟକମାନେ କିପରି ଭାବରେ ସେଠାରେ ଯାଇ ପହଁଚିପାରିବେ ଓ ସେଠାକୁ ଯିବା ପାଇଁ ତାଙ୍କୁ କେଉଁ କେଉଁ ସର୍ତ୍ତସବୁ ପୂରଣ କରିବା ପାଇଁ ପଡିବ । ଭାରତର ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ଭିତରୁ ଲାକ୍ଷାଦ୍ୱୀପ ୩୫ଟି ଦ୍ୱୀପର ସମାହାର । ପଶ୍ଚିମରେ ଆରବ ସାଗର ଏବଂ ପୂର୍ବରେ ଲାକ୍ଷାଦ୍ୱୀପ ସାଗର ପାଇଁ ଏକ ସାମୁଦ୍ରିକ ସୀମା ଭାବରେ କାର୍ଯ୍ୟ କରେ । ବିଶେଷ କଥା ହେଉଛି ଲୋକମାନେ ଏଠାରେ ଥିବା ସମସ୍ତ ଦ୍ୱୀପପୁଞ୍ଜରେ ରୁହନ୍ତି ନାହିଁ ଏବଂ କିଛି ଦ୍ୱୀପପୁଞ୍ଜ ହିଁ ଜନବହୁଳ । ଏବଂ ପର୍ଯ୍ୟଟକମାନେ କେବଳ ସୀମିତ ଦ୍ୱୀପ ପରିର୍ଦଶନ କରିବା ପାଇଁ ଅନୁମତି ପାଇପାରିବେ ।

ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଚାହୁଁଥିବା ପର୍ଯ୍ୟଟକମାନେ ଏଠାରେ ଅନୁମତି ପାଇପାରିବେ । କୌଣସି ବି ବ୍ୟକ୍ତି ଯିଏ ଦ୍ୱୀପର ବାସିନ୍ଦା ନୁହଁନ୍ତି, ତାଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ହେଲେ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବା ପାଇଁ ପଡିବ । କାରଣ ସେଠାରେ ରହୁଥିବା ଆଦିବାସୀମାନଙ୍କ ସୁରକ୍ଷା ଉପରେ ଏହା ଏକ ବଡ ପ୍ରସଙ୍ଗ ।

ଲାକ୍ଷାଦ୍ୱୀପକୁ ପ୍ରବେଶ କରିବାକୁ ହେଲେ ଦୁଇଟି ଉପାୟରେ ଆବେଦନ କରାଯାଇପାରିବ, ଅନଲାଇନ୍ ଓ ଅଫଲାଇନ୍ । ଲାକ୍ଷାଦ୍ୱୀପ ପର୍ଯ୍ୟଟନର ଅଫିସିଆଲ୍ ୱେବସାଇଟକୁ ଯାଇ ଆପଣ ଅନଲାଇନରେ ଅନୁମତି ପ୍ରକ୍ରିୟା ଆରମ୍ଭ କରିପାରିବେ । ଆପଣଙ୍କର ଆବଶ୍ୟକତା ଡକ୍ୟୁମେଣ୍ଟ ଅପଲୋଡ୍ କରିବା ପରେ, ସୂଚନା ପ୍ରବେଶ କରିବେ ଏବଂ ଦେୟ ପ୍ରଦାନ କରିବା ପରେ, ଆପଣ ଯାତ୍ରା କରିବାର ୧୫ ଦିନ ପୂର୍ବରୁ ଇ-ମେଲ୍ ମାଧ୍ୟମରେ ଅନୁମତି ଗ୍ରହଣ କରିପାରିବେ ।

ଯଦିଆପଣ ଏହାକୁ ଅଫଲାଇନରେ ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ଜିଲ୍ଲାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ । ସେଠାରୁ ଏକ ଫର୍ମ ଅଣିବେ ଓ ଆବଶ୍ୟକ ସୂଚନା ପ୍ରଦାନ କରି ସେହି ଫର୍ମକୁ ପୁଣି ଦାଖଲ କରିବା ପାଇଁ ପଡିବ ।

ସାଧାରଣ ଅନୁମତିର ସମୟ ୩୦ ଦିନ, କିନ୍ତୁ ବିଶେଷ ପରିସ୍ଥିତିରେ ଏହାର ବୃଦ୍ଧି କରାଯାଇପାରେ । ଏବଂ ପ୍ରତ୍ୟେକ ଆବେଦନକାରୀଙ୍କୁ ଅନୁମତି ପାଇଁ ୫୦ ଟଙ୍କା ଦେବାକୁ ପଡିବ । ଏବଂ ୧୨ ରୁ ୧୮ ବର୍ଷର ପିଲାମାନଙ୍କ ହେରିଟେଜ ଦେୟ ୧୦୦ ଟଙ୍କା । ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ୨୦୦ ଟଙ୍କା । ଅନୁମତି ପାଇଁ ଏକ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଆଧାର କାର୍ଡ, ଭୋଟର କାର୍ଡ, ଟ୍ରାଭେଲ ଟିକେଟ୍, ପରିଚୟ ପତ୍ର ଦେଖାଇବା ପାଇଁ ପଡିବ । ଏହା ବ୍ୟତୀତ ପର୍ଯ୍ୟଟକମାନେ କେଉଁ ହୋଟେଲରେ କିମ୍ବା କେଉଁ ରିସୋର୍ଟରେ ରହିବେ ତାହାର ମଧ୍ୟ ସୂଚନା ଦେବାକୁ ପଡିବ ।

Spread the love