ହାଓ୍ଵଡ଼ା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସ୍‌ ଧାରଣାଚ୍ୟୁତ

ଶୁକ୍ରବାର ମଧ୍ୟ ରାତ୍ରୀ ପରେ ଉତ୍ତର ପ୍ରଦେଶର କାନପୁର ନିକଟରେ ହାଓ୍ଵଡ଼ା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସ୍‌ର 12ଟି ବଗି ଧାରଣାଚ୍ୟୁତ ହେବାରୁ ଅନ୍ୟୂନ 13 ଜଣ ବ୍ୟକ୍ତି ଆହତ ହୋଇଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀକୁ ଯାଉଥିବା ବେଳେ ରାତି ପ୍ରାୟ 12.30 ସମୟରେ କାନପୁର ନଗର ଜିଲ୍ଲା ଅନ୍ତର୍ଗତ ମହାରାଜପୁର ଥାନା ଅଧୀନସ୍ଥ ରୂମା ରେଳବାଇ ଷ୍ଟେସନ୍‌ ନିକଟରେ ଦୁର୍ଘଟଣା ଘଟିଥିଲା। ଧାରଣାଚ୍ୟୁତ ହୋଇଥିବା ୧୨ଟି ଲିଙ୍କ୍‌ ହଫ୍‌ମ୍ୟାନ୍‌ ବୁସ୍‌ ବଗି ମଧ୍ୟରୁ ୪ଟି ଓଲଟି ପଡ଼ିଥିଲା। ଉତ୍ତର କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ଅମିତ ମାଲବ୍ୟ କହିଛନ୍ତି 13 ଜଣ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମସ୍ତ ଯାତ୍ରୀଙ୍କୁ ରିଲିଫ୍‌, ସହାୟତା, ସାହାଯ୍ୟ ଓ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି।  ରେଳ ମନ୍ତ୍ରାଳୟ କହିଛି, 900ଯାତ୍ରୀଙ୍କୁ ଧରି ରିଲିଫ୍‌ ଟ୍ରେନ୍‌ କାନପୁର ଛାଡ଼ିଛି। ଧାରଣାଚ୍ୟୁତ ହୋଇଥିବା ବଗିଗୁଡ଼ିକ ହେଲା ଏସ୍‌8, ଏସ୍‌9, ବି1, ଏଚ୍‌1, ଏ2, ପାଣ୍ଟ୍ରି କାର୍‌ ଏବଂ ଗୋଟିଏ ଏସ୍‌ଏଲ୍‌ଆର୍‌। ଜିଲ୍ଲା ମାଜିଷ୍ଟ୍ରେଟ୍‌, ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଆହ୍ଲାବାଦ ଓ କାନପୁରରୁ ଏକ ଆକ୍ସିଡେଣ୍ଟ୍‌ ରିଲିଫ୍‌ ଟ୍ରେନ୍‌ ଏବଂ ଡକ୍ତରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ରେଳବାଇ ତରଫରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି: 1072, 9454403738, 9454401463, 9454401075, 9454400384 and 0512-23333111/112/113 ଏହି ବାଟ ଦେଇ ଯାଉଥିବା ୧୩ଟି ଟ୍ରେନ୍‌ର ପଥ ପରିବର୍ତ୍ତନ କରାଯାଇଛି ଓ ଗୋଟିଏ ଟ୍ରେନ୍‌ ବାତିଲ କରାଯାଇଛି।

Spread the love