ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍

ସମ୍ବଲପୁର, ୧୮|୦୯:  ହୀରାକୁଦରେ ବନ୍ଦ ହେଲା ୪ ଗେଟ୍ । ୨୪ ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ କମିବାରେ ଲାଗିଲାଣି। ଗତ ୧୪ ତାରିଖ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୨୭ କ୍ୟୁସେକ ଜଳ ପ୍ରବେଶ କରୁଥିଲା ବେଳେ ୧୫ ତାରିଖ ରାତି ୯ଟାରେ ୪ ଲକ୍ଷ ୨୧ ହଜାର ୨୮୫ କ୍ୟୁସେକ ପ୍ରବେଶ କରୁଥିଲା।

ସେହିପରି ୧୬ ତାରିଖ ରାତି ୯ଟାରେ ୫ ଲକ୍ଷ ୧୨ ହଜାର ୨୪୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା, କିନ୍ତୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ୪ ଲକ୍ଷ ୨୨ ହଜାର ୧୯୯ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଜଳଭଣ୍ଡାରର ଜଳସ୍ତର ଏବେ ୬୨୮.୨୯ ଫୁଟ ରହିଥିବା ବେଳେ ବାମପଟରେ ୧୫ ଓ ଡାହାଣପଟରେ ୯ ଫାଟକ ଏବଂ ବିଭିନ୍ନ ମାଧ୍ୟମଦେଇ ୪ ଲକ୍ଷ ୭୩ ହଜାର ୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଲ ଭଣ୍ଡାର ମଧ୍ୟକୁ ୩ ଳକ୍ଷ ୭୧ ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁତିବା ବେଳେ ୪ ଲକ୍ଷ ୯ ହଜାର ୩୮୩ କ୍ୟୁସେକ ଜଳ ନିଷ୍କାସିତ ହେଇଛି ।

Spread the love