ପୂର୍ବତନ ସ୍ତ୍ରୀ ଓ ତାଙ୍କ ପ୍ରେମିକ ସହ ହୋଲିକୁ ନିଆରା ଢ଼ଙ୍ଗରେ ପାଳିଲେ ହ୍ରିତିକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଚଳିତଥର ହୋଲିକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଟ୍ରୋଲ ବି କରିଛନ୍ତି। କାରଣ ହୋଲିରେ ହ୍ରିତିକଙ୍କ ଏଭଳି ଭିଡିଓ ପୋଷ୍ଟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପସନ୍ଦ ଆସିନାହିଁ।

ହ୍ରିତିକି ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ନା ରଙ୍ଗ…. ନା ଭାଙ୍ଗ, କେବଳ ଝାଳ ଏବଂ ମଜା। ମୋର ସ୍ନେହର ଲୋକଙ୍କୁ ହାପି ହୋଲି। ଆପଣ ସମସ୍ତଙ୍କ ହୋଲି କିପରି ରହିଛି।’ ଏହି ଭିଡିଓରେ ହ୍ରିତିକଙ୍କ ପରିବାର ସଦସ୍ୟମାନେ ସକାଳର ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ସୁଜୈନ ଖାନ ଓ ତାଙ୍କ ପୁରୁଷ ବନ୍ଧୁ ଆର୍ସଲାନ ଗୋନି ମଧ୍ୟ ସାମିଲ ଥିବା ନଜରକୁ ଆସିଛି।

Spread the love